• ୧୯୩୭ରୁ ୨୦୨୬ ପର୍ଯ୍ୟନ୍ତ କଂଗ୍ରେସର ତୁଷ୍ଟୀକରଣ ମାନସିକତା ବଦଳିନି, ବଦଳିଛି କେବଳ ସେମାନଙ୍କ ବାହାନା
• ଐତିହାସିକ ଭୁଲକୁ ଦୋହରାଇବା କଂଗ୍ରେସର ଅଭ୍ୟାସ, କିନ୍ତୁ ତାହାକୁ ସୁଧାରି ରାଷ୍ଟ୍ରଗୌରବ ଫେରାଇବା ମୋଦୀ ସରକାରଙ୍କ ସଂକଳ୍ପ
ଭୁବନେଶ୍ୱର, ୨୦ ଅଗଷ୍ଟ, ୨୦୨୬ – କଂଗ୍ରେସ ପାଇଁ ଭୋଟବ୍ୟାଙ୍କ ବଡ଼ ହୋଇପାରେ, କିନ୍ତୁ ଭାରତୀୟଙ୍କ ପାଇଁ ‘ବନ୍ଦେ ମାତରମ୍’ ସର୍ବୋପରି” ବୋଲି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ଯେଉଁ ‘ବନ୍ଦେ ମାତରମ୍’ ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମ, ତ୍ୟାଗ ଓ ସ୍ୱାଭିମାନର ଅଲିଭା ଶିଖା ପ୍ରଜ୍ୱଳିତ କରିଥିଲା, ସେଥିରୁ ଦୂରେଇ ଯିବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିଷ୍ପତ୍ତି କେବଳ ଗୋଟିଏ ସାଧାରଣ ରାଜନୈତିକ ପ୍ରସ୍ତାବ ନୁହେଁ; ବରଂ ଏହା ସେମାନଙ୍କ ସଂକୀର୍ଣ୍ଣ ଓ ପୁରୁଣା ତୁଷ୍ଟୀକରଣ ମାନସିକତାର ଏକ ଜ୍ୱଳନ୍ତ ଉଦାହରଣ।
୧୯୩୭ ମସିହାରେ ମଧ୍ୟ କଂଗ୍ରେସ ନିଜ ଭୋଟବ୍ୟାଙ୍କ ଏବଂ ସାମ୍ପ୍ରଦାୟିକ ଚାପ ଆଗରେ ମୁଣ୍ଡ ନୁଆଁଇ ‘ବନ୍ଦେ ମାତରମ୍’କୁ ସୀମିତ କରିବାର ଅପଚେଷ୍ଟା କରିଥିଲା। ସେହି ସମୟର ଏହି ତୁଷ୍ଟୀକରଣ ନୀତି ଦେଶର ଏକତାକୁ ଦୁର୍ବଳ କରୁଥିବା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ବଳ ଯୋଗାଇଥିଲା, ଯାହାର ଭୟଙ୍କର ପରିଣାମ ସ୍ୱରୂପ ଦେଶକୁ ପରବର୍ତ୍ତୀ ସମୟରେ ବିଭାଜନର ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା।
ଆଜି ଯେତେବେଳେ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତିର ପବିତ୍ର ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସେହି ଐତିହାସିକ ଭୁଲକୁ ସୁଧାରି ଏହାର ସମ୍ପୂର୍ଣ୍ଣ ଗାନକୁ ଆଇନଗତ ସଂରକ୍ଷଣ ଓ ଯଥୋଚିତ ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ସେତିକି ବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପୁଣି ଥରେ ନିଜର ଦେଶବିରୋଧୀ ଓ ସଂକୀର୍ଣ୍ଣ ଚରିତ୍ର ଦେଖାଉଛି। ଇତିହାସର ସମ୍ବେଦନଶୀଳ ଭୁଲଗୁଡ଼ିକରୁ ଶିକ୍ଷା ନେବା ପରିବର୍ତ୍ତେ ସେଗୁଡ଼ିକୁ ଦୋହରାଇବାର ଜିଦ୍ କଂଗ୍ରେସ ଦଳର ବୈଚାରିକ ଶୂନ୍ୟତା ଓ ନୈତିକ ଅବକ୍ଷୟକୁ ସ୍ପଷ୍ଟ କରୁଛି।
କଂଗ୍ରେସ ପାଇଁ ଦେଶର ରାଷ୍ଟ୍ରଗୌରବ ଓ ଜାତୀୟ ପ୍ରତୀକ ବଡ଼, ନା ନିଜର ସଂକୀର୍ଣ୍ଣ ଭୋଟବ୍ୟାଙ୍କ ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ପଷ୍ଟ କରନ୍ତୁ ବୋଲି ସାଂସଦ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
