Odisha news

ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଫସିଥିବା ଓଡ଼ିଆଙ୍କ ପାଇଁ ସହଯୋଗର ହାତ ବଢ଼ାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୩ ।୪(sakalakhabar.com): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ତାମିଲନାଡୁର ତିରିପୁର ଅଞ୍ଚଳରେ ଫସି ରହିଥିବା ୨୫ ଜଣ ଓଡ଼ିଆ ଶ୍ରମିକଙ୍କ ପାଖରେ ଆଜି ଖାଦ୍ୟ ସାମଗ୍ରୀ ପହଞ୍ଚôଛି । ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ତିରିପୁର ଜିଲ୍ଲାପାଳଙ୍କୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।
ସୂଚନାଯୋଗ୍ୟ, କରୋନା ଲକ୍ଡାଉନ୍ ଯୋଗୁ ତାମିଲନାଡୁର ତିରିପୁର ଅଞ୍ଚଳରେ ୨୫ ଜଣ ଓଡ଼ିଆ ଶ୍ରମିକ ଭୋକ ଓପାସରେ ଫସି ରହିଛନ୍ତି । ଫସି ରହିଥିବା ଏହି ଓଡ଼ିଆ ଶ୍ରମିକମାନେ ଖାଦ୍ୟ ସାମଗ୍ରୀ ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ । ସେମାନଙ୍କ ଅନୁରୋଧ କ୍ରମେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ତିରିପୁର ଜିଲ୍ଲାପାଳ କେ. ବିଜୟକାର୍ତ୍ତିକେୟନଙ୍କୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାପାଳ ତୁରନ୍ତ ଫସି ରହିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚô ଆବଶ୍ୟକ ରାସନ୍, ଡାଲି ଏବଂ ପନିପରିବା ଯୋଗାଇ ଦେଇଛନ୍ତି ।
ଭୋକ ଓପାସରେ ଫସି ରହିଥିବା ଓଡ଼ିଆମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫସି ରହିଥିବା ଓଡ଼ିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

Leave A Reply