Odisha news

ବୋଲଗଡ :ଲକ୍ ଡାଉନ୍ କୁ ଫୁ: ରାତିରେ ଚାଲିଛି ନିର୍ମାଣ କାର୍ଯ୍ୟ

0

ବୋଲଗଡ,ତା୦୩ା୪(ସକାଳ ଖବର.କମ )- କରୋନା ପ୍ରଭାବରୁ ବଞ୍ଚିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଉଥିବା ବେଳେ ବୋଲଗଡ ବ୍ଲକର ଗ୍ରାମଉନ୍ନୟନ ବିଭାଗର ଏକ ରାସ୍ତାକୁ ଠିକାଦାର ରାତିରେ ଶ୍ରମିକମାନଙ୍କୁ ନିୟୋଜିତ କରି ରାସ୍ତା କାମ କରୁଥିବାର ଅଭିଯୋଗ ଆସିଛି ।
ପ୍ରକାଶ ଯେ,ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ବୋଲଗଡ ବ୍ଲକ ସେକ୍ସନର ଶ୍ରୀରାମପୁର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପାଟପୁରଶାସନ ଭାୟା – ବରଡାଳିଆ ଠାକୁରାଣୀ ରାସ୍ତାର ଉନ୍ନତି କରଣ ପାଇଁ ୯ଲକ୍ଷଟଙ୍କା ମଞ୍ଜୁର ହୋଇଛି । ଏହାକୁ ନିକଟସ୍ଥ ସାଗରଗୁଆଁ ଗ୍ରାମର ଆଲୋକ ଅଟଙ୍କ ନାମରେ ଏଜେନ୍ସି ରହିଅଛି । ସେହିକାର୍ଯ୍ୟକୁ ଠିକାଦାର ଗତ ୪ଦିନ ଧରି ରାତି ୧୦ଟା ପରେ ଦୁଇଟି ଜେସିବି,୬ଟି ଟ୍ରାକ୍ଟର ଓ ୧୦ରୁ ଉର୍ଦ୍ଧ ଶ୍ରମିକଙ୍କୁ ନେଇ ଏହି ରାସ୍ତା କାର୍ଯ୍ୟ ଜାରୀ ରଖିଛନ୍ତି । ଏସଂକ୍ରାନ୍ତରେ ବିଧାୟକଙ୍କୁ ପାଟପୁର ଓ ଶାସନ ଗ୍ରାମର କେତେକ ଲୋକ ଅଭିଯୋଗ କରିଥିଲେ । ବିଧାୟକ ମଧ୍ୟ ଉକ୍ତ ଠିକାଦାରଙ୍କୁ କାର୍ଯ୍ୟ ବନ୍ଦ କରିବାପାଇଁ ମୈାଖିକ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ବିଧାୟକଙ୍କ ନିଦେ୍ର୍ଦଶକୁ ଅମାନ୍ୟ କରି କାର୍ଯ୍ୟ ଚାଲିଛି । ଏପରିକି ଯେଉଁ ରାସ୍ତାଟି ନିର୍ମାଣ ହେଉଛି ତାହା ମଧ୍ୟ ରାଜ୍ୟ କାଜୁ କର୍ପୋରେସନ ଅଧିନରେ ଆସୁଛି । କିନ୍ତୁ କାଜୁ କର୍ପୋରେସନର ବିନା ଅନୁମତିରେ ୫୦-୬୦ କାଜୁ ଗଛ କଟାଯାଇଛି । ଏହି ନିର୍ମାଣ କାର୍ଯ୍ୟ ବିରୁଦ୍ଧରେ ମଧ୍ୟ ବୋଲଗଡ ଥାନା ଅଧିକାରୀଙ୍କୁ ଜଣାଇଦିଆଯାଇଥିଲେ ମଧ୍ୟ ପୁଲିସ ବିଭାଗ ପଦକ୍ଷେପ ନେବେ ବୋଲି ପ୍ରତିସୃତି ଦେଇଥିଲେ । ଏହାପରେ ମଧ୍ୟ ଗ୍ରାମବାସୀମାନେ ନିରାଶ ହୋଇ ଗ୍ରାମଉନ୍ନୟନବିଭାଗର କନିଷ୍ଠଯନ୍ତ୍ରୀ ଓ ସହାକାରୀଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାଁନ୍ତି । ଯଦି ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରାନଯିବ ତେବେ ପାଟପୁର ଓ ଶାସନ ଦୁଇଗ୍ରାମର ଜନସାଧାରଣ ଏହାର ତିବ୍ର ବିରୋଧ କରିବେ ବୋଲି ହରି ନାୟକ, ଶ୍ରୀଧର ନାୟକ,ଲୋଚନ ମିଶ୍ର,ଦେବକାନ୍ତ ନନ୍ଦ ପ୍ରମୁଖ ଜଣାଇଛନ୍ତି

Leave A Reply

Your email address will not be published.