ଫୁଲବାଣୀ,୦୩/୦୪ କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ସରକାର ଲକଡାଉନ୍ କରିଛନ୍ତି । ଆଜି ଲକଡାଉନ୍ ର ୧୦ମ ଦିନ ଥିଲା । କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଗତକାଲି ଓ ଆଜି ଫୁଲବାଣୀ ସହରର ବିଭିନ୍ନ ସମ୍ବେଦନଶୀଳ ରାସ୍ତାରେ ମେନରୋଡ, ଗୋପବନ୍ଧୁ ଛକ, ମେଡିକାଲ ଛକ, ବଜାର ଆଦି କେତେକ ରାସ୍ତାରେ ଅଗ୍ନିଶମ ବିଭାଗ ପକ୍ଷରୁ ସୋଡିୟମ ହାଇଡ୍ରୋ କ୍ଲୋରିନ ମିଶା ପାଣି ସ୍ପ୍ରେ କରାଯାଇଥିଲା । ଫଳରେ ସହରର ରାସ୍ତା ଗୁଡିକ ଜୀବାଣୁମୁକ୍ତ ରହିବ । ସେହିପରି ମୁ୍ୟନସିପାଲଟି ପକ୍ଷରୁ ମଧ୍ୟ ରାସ୍ତାଘାଟ, ନାଳ ନର୍ଦ୍ଦମା ମଧ୍ୟ ସଂପୂର୍ଣ୍ଣ ମାତ୍ରାରେ ସଫେଇ କରାଯାଉଛି । ଯାହାଫଳରେ କରୋନା ସଂକ୍ରମଣରୁ ସହରବାସୀଙ୍କୁ ରକ୍ଷା କରାଯାଇପାରିବ । ସେହିପରି ଜିଲ୍ଲାର ବାଲିଗୁଡା, ଜି.ଉଦୟଗିରି ସମେତ ଅନେକ ଅଂଚଳରେ ଏଭଳି ଅଗ୍ନିଶମ ବିଭାଗ ପକ୍ଷରୁ ସୋଡିୟମ ହାଇଡ୍ରୋ କ୍ଲୋରାଇନ ପାଣି ସ୍ପ୍ରେ କରାଯାଇଥିଲା ।