ବର୍ତମାନ ଶୀତର ପ୍ରକୋପ ବଢି ବଢି ଚାଲିଛି l ରାତିରେ ଥଣ୍ଡାର ପ୍ରକୋପ ରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକେ ଗରମ ବସ୍ତ୍ର ପିନ୍ଧି ଶୋଇ ପଡନ୍ତି l ଏପରି କରିବା ଦ୍ୱାରା ଥଣ୍ଡା ର ପ୍ରକୋପ ରୁ ରକ୍ଷା ମିଳିଥାଏ l କିନ୍ତୁ ଏହି ଉପାୟ ଶରୀର ପାଇଁ ଖୁବ କ୍ଷତିକାରକ ଅଟେ l କାହିଁକି ନା ସ୍ଵେଟର ଓ ଅନ୍ୟ ଗରମ ପୋଷାକ ପିନ୍ଧିବା ଦ୍ୱାରା ଶରୀର ଉପରେ ଏହାର ସାଇଡ ଇଫେକ୍ଟ ଶରୀର ଉପରେ ପଡିଥାଏ l
– ବିଶେଷ ଭାବରେ ରାତିରେ ଉଲ ବସ୍ତ୍ର ବା ଗରମ ପୋଷାକ ପିନ୍ଧି ଶୋଇବା ଦ୍ୱାରା ଶରୀରର ତାପମାତ୍ରା କମ ହୋଇଯାଇ ଥାଏ ଏବଂ ଭିତରର ଟେମ୍ପରେଚର ରେଗୁଲେଟ ହୋଇପାରି ନଥାଏ l ଯାହାକି ବିପି ଲୋ ଓ ପ୍ରଶ୍ୱାସ ବାଧା ହେବାର କାରଣ ହୋଇଥାଏ l ଯାହାକି ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ l
– ଚିକିତ୍ସକ ମତରେ ରାତିରେ ଉଲ ବସ୍ତ୍ର ପିନ୍ଧି ଶୋଇବା ଦ୍ୱାରା ଶରୀର ରେ ଟେମ୍ପରେଚର ରେଗୁଲେଟ ହୋଇପାରେ ନାହିଁ l ଏବଂ ଶରୀର ରେ ଠିକ ଭାବରେ ରକ୍ତ ସଂଚାଳନ ମଧ୍ୟ ହୋଇପାରେ ନାହିଁ l ଏହାଦ୍ୱାରା ହାର୍ଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ l
– ରାତିରେ ଗରମ ପୋଷାକ ପିନ୍ଧି ଶୋଇବା ଦ୍ୱାରା ସ୍କିନ ରେ ଇଲାରି ହୋଇଥାଏ ଓ ଗୋଡ଼ ହାତ କୁଣ୍ଡାଇ ହୋଇଥାଏ l ଏହା ଧୀରେ ଧୀରେ ବଡ଼ ସ୍କିନ ଏଲର୍ଜୀ ର କାରଣ ହୋଇଥାଏ l ଏହା ବେଳେବେଳେ ଏତେ ଅଧିକ ବଢ଼ିଯାଇ ଥାଏ ଯେ ଡାକ୍ତର ଙ୍କୁ ପରାମର୍ଶ କରିବାକୁ ପଡିଥାଏ l
– ଯଦି ରାତି ସାରା ସ୍ଵେଟର ପିନ୍ଧି ଶୋଇଥାଉ ତେବେ ଏହା ଉଭୟ ପୁରୁଷ ଓ ମହିଳାଙ୍କ ରିପ୍ରଡକ୍ଟିଭ ହେଲ୍ଥ ଉପରେ ଗମ୍ଭୀର ଭାବରେ ପ୍ରଭାବ ପକାଇଥାଏ l ରାତିରେ ଶୋଇବା ସମୟରେ ଶରୀରରେ ଉତ୍ପନ ହେଉଥିବା ଏକଷ୍ଟ୍ରିମ ହିଟ କାରଣରୁ ଯୌନ ସମ୍ବନ୍ଧୀୟ ବିଭିନ୍ନ ଇନଫେକ୍ସନ ହୋଇଥାଏ ଓ ରୀପ୍ରଡକ୍ଟିଭ ପ୍ରଭାବିତ ହୋଇଥାଏ l
– ରାତିରେ ସ୍ଵେଟର ପିନ୍ଧି ଶୋଇବା ଦ୍ୱାରା ନିଦ ପ୍ରଭାବିତ ହୋଇଥାଏ l ଭଲ ନିଦ ନହେବାରୁ ଗ୍ୟାସ, ଏସିଡ଼ିଟି ସମସ୍ୟା ଦେଖା ଯାଇଥାଏ l ଯାହାକି ବିଶେଷ ଭାବରେ ଶୀତଋତୁରେ ସ୍ଵେଟର ପରିଧାନ କରି ଶୋଇବା ଦ୍ୱାରା ଦେଖା ଯାଇଥାଏ l