Odisha news

ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ କୁ କାହିଁକି ଜାତୀୟ ଯୁବା ଦିବସ ଭାବରେ ପାଳନ କରାଯାଏ ଏବଂ କଣ ରହିଛି ଏହା ପଛର ଇତିହାସ

0

ପ୍ରତ୍ୟେକ ବର୍ଷର ଜାନୁଆରୀ ୧୨ ତାରିଖ କୁ ଜାତୀୟ ଯୁବା ଦିବସ ଭାବରେ ପାଳନ କରାଯାଇ ଥାଏ l ଏହିଦିନ ଟି ଭାରତୀୟ ଯୁବକ ମାନଙ୍କୁ ସମର୍ପିତ ଅଟେ , ଏହିଦିନ ଟିକୁ ପାଳନ କରିବା ପାଇଁ ବିଶେଷ ଉଦେଶ୍ୟ ରହିଛି l ଏହିଦିନ ଟି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଥାଏ l ସ୍ୱାମୀ ବିବେକାନନ୍ଦ ଜାନୁଆରୀ ୧୨ ତାରିଖ ୧୮୬୩ ରେ କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ପ୍ରକୃତ ନାମ ହେଲା ନରେନ୍ଦ୍ରନାଥ ଦତ୍ତ l ନରେନ୍ଦ୍ରନାଥ ପିଲାଟି ଦିନରୁ ଆଧ୍ୟାତ୍ମିକ ରାସ୍ତାରେ ନିଜକୁ ପରିଚାଳିତ କରିଥିଲେ l ମାତ୍ର ୨୫ ବର୍ଷ ବୟସ ରେ ସନ୍ୟାସ ନେଇଥିଲେ l ସନ୍ୟାସ ନେବା ପରେ ସେ ସାରା ବିଶ୍ୱରେ ବିବେକାନନ୍ଦ ଭାବରେ ପରିଚିତ ହେଲେ l ସେ ବେଦାନ୍ତ ର ଜଣେ ବିଖ୍ୟାତ ପ୍ରଭାବଶାଳୀ ଗୁରୁ ଥିଲେ l

ରାଷ୍ଟ୍ରୀୟ ଯୁବା ଦିବସ ର ଇତିହାସ –
ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢୀ l ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ କୁ ଯୁବା ଦିବସ ଭାବରେ ପାଳନ କରାଯାଉଛି l ଏହା ପ୍ରଥମେ ୧୯୮୪ ରୁ ଆରମ୍ଭ ହୋଇଥିଲା l ସେତେବେଳର ଭାରତର ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଭାରତୀୟ ଯୁବା ଦିବସର ଘୋଷଣା କରିଥିଲେ l କାହିଁକି ନା ସ୍ୱାମୀ ବିବେକାନନ୍ଦ ଙ୍କ ବିଚାର, ଆଦର୍ଶ ଓ ତାଙ୍କ କାର୍ଯ୍ୟ କରିବାର ଶୈଳୀ ଭାରତୀୟ ଯୁବକ ମାନଙ୍କ ପାଇଁ କାର୍ଯ୍ୟ କରିବାର ଗୋଟିଏ ପ୍ରେରଣା ର ସ୍ରୋତ ହୋଇପାରେ ବୋଲି ଏହିଦିନ ଟିକୁ ଭାରତୀୟ ଯୁବା ଦିବସ ଭାବରେ ଘୋଷଣା କରାଯାଇ ଥିଲା l

ଯୁବାଦିବସ ର ଉଦେଶ୍ୟ –
ନିଜର ବିଚାର ଓ ଆଦର୍ଶ ପାଇଁ ପ୍ରସିଧ ସ୍ୱାମୀ ବିବେକାନନ୍ଦ ଧର୍ମ, ଦର୍ଶନ, ଇତିହାସ, କଳା, ସାମାଜିକ ବିଜ୍ଞାନ, ସାହିତ୍ୟ ସବୁଥିରେ ପାରଙ୍ଗମ ଥିଲେ l କେବଳ ଏତିକି ନୁହେଁ ସେ ଭାରତୀୟ ସଂଗୀତର ଜ୍ଞାନୀ ହେବା ସହିତ ଜଣେ ଭଲ ଖେଳାଳି ମଧ୍ୟ ଥିଲେ l ତାଙ୍କର ଏହି ବ୍ୟକ୍ତିତ୍ୱ ଯୋଗୁଁ ସେ ସମଗ୍ର ଯୁବସମାଜ ପାଇଁ ପ୍ରେରଣା ଅଟନ୍ତି l ଏହି ଦିବସର ମୁଖ୍ୟ ଉଦେଶ୍ୟ ହେଲା ଯୁବକ ମାନେ ସମାଜ ପ୍ରତି ଓ ଦେଶ ପ୍ରତି କିଛି କରିବାରେ ଜାଗ୍ରତ ହେବେ l

Leave A Reply