Odisha news

ଭାରତୀୟ ରୋଷେଇ ଘରର ପ୍ରଦୂଷଣ ଆଣି ଦେଉଛି ଜୀବନ ପ୍ରତି ବିପଦ : ରିସର୍ଚ୍ଚ

0

ଆଜିର ଦିନରେ ବାୟୁମଣ୍ଡଳ ବିଷାକ୍ତ ଆଣି ଦେଉଛି ଜୀବନ ପ୍ରତି ଅନେକ ବିପଦ l ପଲ୍ୟୁସନ ଗୋଟିଏ ଏଭଳି ସମସ୍ୟା ଭାବରେ ଦେଖା ଦେଇଛି ଯାହା ଦ୍ୱାରା ଜୀବନ ପ୍ରତି ବିପଦ ଆସି ଯାଉଛି l ପାଲ୍ୟୁସନ ଦ୍ୱାରା ହଜାର ହଜାର ଲୋକ ଙ୍କର ଜୀବନ ମଧ୍ୟ ଯାଉଛି l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ ଭାରତରେ ଘର ବାହାରେ ପାଲ୍ୟୁସନ ଅପେକ୍ଷା ଘର ଭିତରର ପାଲ୍ୟୁସନ ଅଧିକ ବୃଦ୍ଧି ପାଉଛି l ଏହି ରିପୋର୍ଟ ଅନୁସାରେ ଭାରତରେ ପ୍ରତିବର୍ଷ ୧୩ ଲକ୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ l ଘରେ ଆମେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ବାହାରର ପଲ୍ୟୁସନ ତୁଳନାରେ ୧୦ ଗୁଣ ଅଧିକ କ୍ଷତିକାରକ ହେଉଛି l ହାର୍ଟ କେୟାର ଫାଉଡେସନ ଅଫ ଇଣ୍ଡିଆର ସୂଚନା ଅନୁସାରେ ଲୋକେ ନିଜ ଜୀବନ ର ୯୦ ପ୍ରତିଶତ ରୁ ଅଧିକ ସମୟ ଘର ମଧ୍ୟରେ ବିତାଇ ଥାଆନ୍ତି l ଏବଂ ଏଥି ମଧ୍ୟରୁ ୫୦ ପ୍ରତିଶତ ଲୋକେ ନିଜ ଅଫିସ ରେ ସମୟ ଅତିବାହିତ କରିଥାଆନ୍ତି l

– ଘରେ ହେଉଥିବା ପ୍ରଦୂଷଣ ରୁ ଧୂଆଁ ଦ୍ୱାରା ଶରୀର ମଧ୍ୟରେ ଅନେକ ପ୍ରକାରର ସାଇଡ ଇଫେକ୍ଟସ ଦେଖା ଯାଇଥାଏ l ଏହିସବୁ ସାଇଡ ଇଫେକ୍ଟସ ସଫା ହେଉଥିବା ବିଭିନ୍ନ ପ୍ରଡକ୍ଟ, କାର୍ବନିକ, ଧୂଳି ଦ୍ୱାରା ଏଲର୍ଜୀ ଇନଫେକ୍ସନ ବିଶେଷ ଭାବରେ ହୋଇଥାଏ l ଏବଂ ଘରେ ଅଧିକ ମାତ୍ରାରେ ଆର୍ଦ୍ରତା ରହି ସ୍କିନ ଇନଫେକ୍ସନ ମଧ୍ୟ ହୋଇଥାଏ l

– ଭାରତୀୟ ଘର ଗୁଡିକ ରେ ବାୟୁ ର ଗୁଣବତା ପାଇଁ କୌଣସି ଔପଚାରିକ ମାନଙ୍କ ନଥାଏ l ଏପରି ସ୍ଥିତି ରେ ଇଣ୍ଡୋର ବାୟୁ ପ୍ରଦୂଷଣ ଦ୍ୱାରା ହେଉଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖା ଯାଉଛି l ଘର ଭିତରେ ହେଉଥିବା ପଲ୍ୟୁସନ ଦ୍ୱାରା ଆକ୍ଷି, ନାକ ଓ ଗଳା ରେ ସମସ୍ୟା , ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ଓ ଥକା ଲାଗିବା ଇତ୍ୟାଦି ଶାମିଲ ରହିଛି l l

– ଭାରତୀୟ ପରିବାର ଗୁଡିକ ରେ ଅଧିକ ତୈଳଯୁକ୍ତ ଭୋଜନ ଓ ମସଲା ଯୁକ୍ତ ଭୋଜନ ପ୍ରସ୍ତୁତ ହୋଇଥାଏ l ଯାହାର ଧୂଆଁ ଦ୍ୱାରା ହୃଦ ରୋଗ ଓ କ୍ୟାନ୍ସର ଭଳି ସମସ୍ୟା ଉପୁଜିଥାଏ l ଯାହାକି ଆଜି ଗୋଟିଏ ବଡ଼ ଚିନ୍ତାର ବିଷୟ ହୋଇଛି l

– ଏହି ରିସର୍ଚ୍ଚ ରେ କୁହାଯାଇଛି ଯେ ଭାରତୀୟ ରୋଷେଇ ଘରର ବିଷାକ୍ତ ଜଳବାୟୁ ଘର ଭିତରେ ବାୟୁ ପ୍ରଦୂଷଣ ବୃଦ୍ଧି କରିଥାଏ ଓ ଘରର ବାୟୁ ମଣ୍ଡଳ ର ଗୁଣବତା କୁ ବିଗାଡି ଦେଇଥାଏ l

– ଆମେ ଘର ଭିତରେ ବ୍ୟବହାର କରୁଥିବା ରେଫରୀଜେଟର ଓ ମାଇକ୍ରୋ ଓ଼ଭନ ରୁ ବାହାରୁଥିବା ବିଷାକ୍ତ ଗ୍ୟାସ ଶରୀର ପାଇଁ ଖୁବ ହାନିକାରକ ହୋଇଥାଏ l ଏହାଛଡା ରୋଷେଇ ଘରେ ବାରମ୍ବାର ବ୍ୟବହୃତ ହେଉଥିବା ତେଲ ମଧ୍ୟ ଅଧିକ ପୋଡ଼ିଯାଇ ଅନେକ ରୋଗର କାରଣ ହୋଇଥାଏ l

Leave A Reply