Odisha news

ସୁପ୍ରିମକୋର୍ଟ ର ବଡ ନିଷ୍ପତ୍ତି : ଦେଶବ୍ୟାପୀ ଲକଡାଉନ ଚାଲିଥିବାବେଳେ ସମ୍ପୂର୍ଣ୍ଣ ଦରମା ଦେବାକୁ ଅସମର୍ଥ ଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କେନ୍ଦ୍ରକୁ କହିଲା

0

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଶିଳ୍ପ ବନ୍ଦ ରହିଛି। ଏହି କଠିନ ସମୟରେ, ଅନେକ କମ୍ପାନୀ ଏମିତି ମଧ୍ୟ ରହିଛନ୍ତି, ଯେଉଁମାନେ ସେମାନଙ୍କ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହଁନ୍ତି | ଯାହାକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି | ପରିସ୍ତିତିକୁ ଦେଖି ଏବେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନାଭାଇରସ୍ ମହାମାରୀ କାରଣରୁ ଦେଶବ୍ୟାପୀ ଲକଡାଉନ କରାଯାଇଥିବା ବେଳେ ଏଭଳି ସ୍ଥିତିରେ କମ୍ପାନୀ ତଥା ନିଯୁକ୍ତିଦାତାଙ୍କ ବିରୋଧରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଶୁକ୍ରବାର କହିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ଜଷ୍ଟିସ୍ ଏଲ୍.ଏନ୍ ରାଓ, ଏସ.କେ କୌଲ ଏବଂ ବି.ଆର ଗାଭାଇଙ୍କ ଏକ ଖଣ୍ଡପୀଠ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି କହିଥିଲେ ଯେ, ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରାଳୟ ସର୍କୁଲାରରେ ଜାରି କରି, କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରିବାକୁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | କିନ୍ତୁ ଏଭଳି କିଛି କମ୍ପାନୀ ରହିଛି, ଯେଉଁମାନେ ଲକଡାଉନ ପାଇଁ ଭଲ ଆୟ କରିପାରୁନାହାନ୍ତି | ଆୟ କାମ ଥିବା ବେଳେ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରିବା ସମ୍ଭବ ନୁହେଁ | ଏହି ଆଦେଶକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି, ଯାହାର ଉତ୍ତର ସରକାର ରଖିବା ଦରକାର | ଯଦି ସରକାର ଏହି ଛୋଟ କମ୍ପାନୀଗୁଡିକୁ ସାହାଯ୍ୟ ନକରନ୍ତି, ତେବେ ସେମାନେ ସେମାନଙ୍କ କର୍ମଚାରୀମାନଙ୍କୁ ପାରିଶ୍ରମିକ ଦେଇ ପାରିବେ ନାହିଁ। ସ୍ଥିତିକୁ ଆଖି ଆଗରେ ରଖି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ନିଜ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ମଜୁରୀ ପ୍ରଦାନ କରିବାରେ ବିଫଳ ହୋଇଥିବା କମ୍ପାନୀ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି |

ସୂଚନା ମୁତାବକ, ଏହି ମାମଲାର ଶୁଣାଣି ସମୟରେ ବେସରକାରୀ କମ୍ପାନୀମାନେ କୋର୍ଟଙ୍କୁ କହିଥିଲେ ଯେ ଲକଡାଉନ ଯୋଗୁଁ ସେମାନଙ୍କର କାମ ଖରାପ ଭାବରେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ସେମାନଙ୍କ ପାଖରେ ଆଉ ଅର୍ଥ ନାହିଁ | ଅସୁବିଧା ବିଷୟରେ ଜାଣିବା ପରେ ଜଷ୍ଟିସ୍ ଏଲ୍.ଏନ୍ ରାଓଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଏଥିସହ ଖଣ୍ଡପୀଠ କହିଛନ୍ତି, ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ଉତ୍ତର ରଖିନାହାନ୍ତି, ସେପର୍ଯ୍ୟନ୍ତ କମ୍ପାନୀଗୁଡିକ ଉପରେ କୌଣସି ମକଦ୍ଦମା ଦାୟର ହେବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

Govt
Leave A Reply