ଯାଜପୁର୧୫/୦୫ ସର୍ଗତ ଅଶୋକ ଦାସ, ଯାହାଙ୍କୁ କି ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ କୁହାଯାଏ । ଯାଜପୁରର ମଉଡ଼ମଣୀ । ସେ ଥିଲେ ଜଣେ ବିଚକ୍ଷଣ ରାଜନେତା । ରାଜନୀତି ତାଙ୍କର ପେଶା ଥିଲା । ହେଲେ ସାମାଜସେବା ତାଙ୍କର ନିଶା । ସେ ଲଗାତାର କୋରେଇର ୭ ଥରର ବିଧାୟକ ଥିଲେ । କୋରେଇକୁ ସ୍ୱତନ୍ତ୍ର ପରିଚୟ ଦେବାରେ ତାଙ୍କ ଭୂମିକା ଅନେକ । ଏହାସହ ନିଜ ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ଶ୍ରେଷ୍ଠ ନିର୍ବାଚନ ମଣ୍ଡଳୀ କରିବାର ସ୍ୱପ୍ନ ଦେଖିଥିଲେ । ସେ ସବୁ ସ୍ୱପ୍ନ ମଧ୍ୟରୁ କିଛି ପୂରଣ କରିଛନ୍ତି ।
ଆଉ କିଛି ଅଧୁରା ରହିଯାଇଛି । ଶହେ ବର୍ଷ ପୁରୁଣା ଯାଜପୁର ରୋଡ଼ ଠାରେ ଥିବା ଗୋଶାଳା । ତାହାର ଉନ୍ନତି ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି । ଆଉ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ଏବେ ଏହି ଗୋଶାଳାର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ତାଙ୍କ ସାନ ପୁଅ ଅମିତ ଗୌରବ ଦାସ (ବୁବୁନା) ।
ଲକ୍ ଡାଉନ ସମୟରେ ଗୋଶାଳାର ସୁରକ୍ଷା ପାଇଁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଅଶୋକ ଦାସଙ୍କ ବଡ଼ ପୁଅ ତଥା ବିଜେଡ଼ି ସଙ୍ଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ କୋରେଇ ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି କୋରେଇର ବିକାଶ ଦାୟିତ୍ୱ ତାଙ୍କର ବୋଲି । ଏବେ ତାଙ୍କ ସହ ସାଥ ଦେଇଛନ୍ତି ତାଙ୍କ ସାନ ଭାଇ ଅମିତ ଗୌରବ । ତାଙ୍କର ଏହି ସହାୟତା ପରେ ତାଙ୍କୁ ଗୋଶାଳା କମିଟି ତରଫରୁ ଧନ୍ୟବାଦ ଜଣାଯାଇଛି ।