ମାହାଙ୍ଗା ୧୫ା୫ : କଟକ ଜିଲା ଅର୍ନ୍ତଗତ ମାହାଙ୍ଗା ଥାନାର ହଳଦିଆ ଗ୍ରାମ ପଂଚାୟତ ଅଧିନସ୍ଥ କୁଣ୍ଡପାଟଣା ଗାଁର ନିତ୍ୟାନନ୍ଦ ଦାସଙ୍କ ୭ ବର୍ଷର ପୁଅ ରାକେଶ ଦାସ ଆଜି ସକାଳ ୯ଟା ବେଳୁ ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ରାକେଶର କୌଣସି ସନ୍ଧାନ ପାଇ ନଥିଲେ ।
ଦିନ ୧ଟା ବେଳେ ରାକେଶ ସ୍ଥାନୀୟ ମହାଦେବ ମନ୍ଦିର ନିକଟସ୍ଥ ପୋଖରୀରେ ଏକ ମୃତ ଦେହ ଭାସୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ମୃତ ଦେହ ଉଦ୍ଦାର କରାଯିବା ପରେ ରାକେଶର ଶବ ବୋଲି ଚିହ୍ନଟ କରାଯାଇଥିଲା । ରାକେଶ କାହିଁକି ଏହି ପୋଖରୀକୁ ଯାଇଥିଲା ଓ ସେଠାରେ କିପରି ତା’ର ମୃତୁ୍ୟ ଘଟିଲା ତାହା ଏବେ ସନେ୍ଦହ ଘେରରେ । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହେଉଛି ।