ତୃତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ କୃଷି ନୁହେଁ ଚାଷୀଙ୍କ ଆୟ ଏବଂ ଉତ୍ପାଦକୁ ନିଶ୍ଚିତ କରିଛନ୍ତି ମୋଦି ସରକାର : ସମୀର ମହାନ୍ତି
ଆଜିର ଘୋଷଣା ଓଡିଶାର କୃଷକ ଏବଂ କୃଷି ଭିତିଭୂମିକୁ ମଜବୁତ କରିବ
କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର କାର୍ଯ୍ୟ କରୁଛନ୍ତି
ଲୋକାଲ୍ ପାଇଁ ଭୋକାଲ୍କୁ ବଡ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ପ୍ରଶଂସନୀୟ
ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ସଂଶୋଧନ ସ୍ୱାଗତଯୋଗ୍ୟ ପଦକ୍ଷେପ
ଭୁବନେଶ୍ୱର, ତା.୧୫/୦୫ : ବର୍ତମାନ କରୋନା ମହାମାରୀ ତଥା ଲକ୍ଡାଉନ ସମୟରେ ମୋଦି ସରକାର କେବଳ କୃଷି କ୍ଷେତ୍ର ନୁହେଁ ଚାଷୀଙ୍କ ଆୟ ଏବଂ ସେମାନଙ୍କ ଉତ୍ପାଦକୁ ମଧ୍ୟ ନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । କୃଷି ଓ କୃଷକ କଲ୍ୟାଣ ପାଇଁ ମୋଦି ସରକାର ଯେପରି ଧ୍ୟାନ ଦେଉଛନ୍ତି ପୂର୍ବରୁ କୌଣସି ବି ସରକାର ଧ୍ୟାନ ଦେଇନଥିଲେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମଭାରତ ଯୋଜନାର ତୃତୀୟ ଦିନରେ କୃଷି ଓ ଏସମ୍ପର୍କୀତ କ୍ଷେତ୍ର ପାଇଁ ଯେଉଁ ସବୁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଦେଶ ତଥା ଓଡିଶାର କୃଷକ ଏବଂ କୃଷି ଭିତିଭୂମିକୁ ମଜବୁତ କରିବାରେ ବଡ ଭୂମିକା ଗ୍ରହଣ କରିବ ।
କୃଷି ଉତ୍ପାଦକୁ ବଢାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର କୃଷି ଭିତିଭୂମିକୁ ସଦୃଢ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ କୃଷି ଭିତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ୨୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି । ଏହା ମତ୍ସ୍ୟ ଚାଷୀଙ୍କୁ ଆର୍ଥିକ ସଶକ୍ତ କରିବ ଏବଂ ଦେଶରେ ମତ୍ସ୍ୟ ଉତ୍ପାଦନରେ ଅଭିବୃଦ୍ଧି ଘଟିବ ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ୧୫ ହଜାର କୋଟିର ପଶୁପାଳନ ଭିତିଭୂମି ବିକାଶ ପାଣ୍ଠି ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ । ଲଘୁ ଖାଦ୍ୟ ଉଦ୍ୟୋଗ ଗୁଡିକୁ ସଂଗଠିତ କରିବା ପାଇଁ ୧୦ ହଜାର କୋଟି ଘୋଷଣା କରାଯାଇଛି । ଏହା ଦେଶର ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବ ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଲୋକାଲ୍ ପାଇଁ ଭୋକାଲ୍କୁ ବଡ ପ୍ରୋତ୍ସାହନ ଦେବ । ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହା ଚାଷୀଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।