ଧାମନଗର (Basudev Tripathy) କରୋନା ସଂକ୍ରମଣକୁ ରୋକିବା ପାଇଁ ଦିନ ରାତି କାର୍ଯ୍ୟରେ ଲାଗିଥିବା ଧାମନଗର ଅଞ୍ଚଳର ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ଧାମନଗର ବ୍ଲକ କାର୍ଯ୍ୟାଳୟ, ଧାମନଗର ଏନଏସି କାର୍ଯ୍ୟାଳୟ ଓ ଥାନାରେ ପହଞ୍ଚô ସରକାରୀ କର୍ମଚାରୀ ମାନଙ୍କୁ ମାକ୍ସ, ସାନିଟାଇଜର ଓ ପିପିଇ ବଣ୍ଟନ କରିଥିଲେ ।
ସାଂସଦ ଶ୍ରୀମତୀ ମଣ୍ଡଳ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ ସମୟରେ ପ୍ରଥମେ ଧାମନଗର ବ୍ଳକ କାର୍ଯ୍ୟାଳୟରେ ପହଞ୍ଚô ବିଡିଓ ଦୁର୍ଗା ଚରଣ ମୁର୍ମୁ, ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନା, ସିଡିପିଓ ନମିତା ଦାସ, ସିଇଓ ଦେବେନ୍ଦ୍ର ନାୟକଙ୍କ ସମେତ ପଞ୍ଚାୟତ ସମିତିର ୪୦ଜଣ କର୍ମଚାରୀ, ୯ଜଣ ଅଙ୍ଗବାଡି ସୁପରଭାଇଜର ଓ ୨୬ଜଣ ଅଙ୍ଗନବାଡି କର୍ମୀଙ୍କୁ ମାକ୍ସ , ସାନିଟାଇଜର ପ୍ରଦାନ କରିବା ସହିତ ବିଶ୍ୱ ମହାମାରି କରୋନା ବିପତ୍ତି ସମୟରେ ନିଜ ଜୀବନକୁ ବାଜି ଲଗାଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ପରେ ସାଂସଦ ଶ୍ରୀମତୀ ମଣ୍ଡଳ ଧାମନଗର ଏନଏସି କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ରଙ୍କ ସମେତ ପ୍ରାୟ ୧୫ଜଣ କର୍ମଚାରୀଙ୍କୁ ମାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।
ଏହା ପରେ ଧାମନଗର ଥାନାରେ ଏସଡିପିଓ ମନୋରଂଜନ ସାମଲ, ଆଇଆଇସି ରତିକାନ୍ତ ଗିରି, ଏସଆଇ ମୋତିଲାଲ ମାରାଣ୍ଡି, ଏଏସଆଇ ପ୍ରଦୀପ କୁମାର ଦାସ, ମହେଶ୍ୱର ପ୍ରଧାନ, ହୃଷିକେଶ ବିଶ୍ୱାଳ ପ୍ରମୁଖ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଥାନା କର୍ମଚାରୀଙ୍କୁ ମାକ୍ସ, ସାନିଟାଇଜର ଓ ପିପିଇ ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସହିତ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ