Odisha news

ଧାମନଗର ବ୍ଲକରେ ୪ କରୋନା ପଜେଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

0

ଧାମନଗର (Basudev Tripathy) ଭଦ୍ରକ ଜିଲ୍ଳାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଧାମନଗର ବ୍ଲକ ଅଞ୍ଚଳରେ ପୁଣି ୪ ଜଣ କରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ ଧାମନଗର ବ୍ଲକ ଅଞ୍ଚଳରେ ୪ଜଣ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଧାମନଗର ଅଞ୍ଚଳରେ ସଂକ୍ରମଣ ସଂଖ୍ୟା ୮ରେ ପହଞ୍ଚିଲା ।

ଧାମନଗର ବ୍ଲକ ଅନ୍ତର୍ଗତ ନଦୀଗାଁ ପଞ୍ଚାୟତ କ୍ୱାରେଣ୍ଟିନ ସେଣ୍ଟରେ ଥିବା ୨ଜଣ ବ୍ୟକ୍ତି , ଧୁଷୁରୀ ପଞ୍ଚାୟତ ମୁରଲୀଧର ହାଇସ୍କୁଲରେ ଥିବା ଜଣେ ଏବଂ ରଇପୁର ପଞ୍ଚାୟତ ଜୟଦୁର୍ଗା ହାଇସ୍କୁଲ କ୍ୱାରେଣ୍ଟିନ ସେଣ୍ଟରେ ଥିବା ଜଣେ ବ୍ୟକ୍ତି କରୋନା ପଜେଟିଭ୍ ଥିବା ଜଣାଯାଇଛି । ଏହି ୪ଜଣ ବ୍ୟକ୍ତି ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଜଣାଯାଇଥିବା ବେଳେ ସେମାନଙ୍କ ଠାରେ ରୋଗ ସଂକ୍ରମଣର ଲକ୍ଷଣ ଲକ୍ଷ୍ୟ କରାଯାଇଥିଲା ଏବଂ ସେମାନଙ୍କର ସ୍ୱାବ୍ ପରୀକ୍ଷା ପଠାଯାଇଥିଲା । ଏହି ସବୁ କ୍ୱରେଣ୍ଟିନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଧୁଷୁରୀ, ନଦୀଗାଁ ଓ ରଇପୁର ପଞ୍ଚାୟତକୁ ଭଦ୍ରକ ଜିଲ୍ଲା ପ୍ରଶାସନ ବଫର ଜୋନ ଭାବେ ଘୋଷଣା କରିଛନ୍ତି ।

ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳଙ୍କ ଠାରୁ ସମ୍ପୃକ୍ତ ପଞ୍ଚାୟତର ନୋଡ଼ାଲ ଅଫିସର ସଞ୍ଜୟ କୁମାର ବିନ୍ଧାଣି, ପ୍ରଦୀପ କୁମାର ଦାସ, ନୀରଦ କୁମାର ବେହେରାଙ୍କୁ ନିଦେ୍ର୍ଦଶନାମା ଜାରି କରାଯାଇଛି । ଧାମନଗର ଅଞ୍ଚଳକୁ ପ୍ରବାସୀ ଓଡିଆଙ୍କ ଘରବାହୁଡା ଦିନ କୁ ଦିନ ବଢିବାକୁ ଲାଗିଥିବା ବେଳେ କରୋନା ସଂକ୍ରମଣଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

Leave A Reply