Odisha news

ମଣ୍ଡା ପର୍ବତ ରୁ ବିପୁଳ ବିସ୍ପୋରକ ଜବତ, ୬ ଗିରଫ

0

ଆସିକା୧୫/୫ ଆସିକା ପୋଲିସ୍ ପକ୍ଷରୁ ଥାନା ଅନ୍ତର୍ଗତ ନବରତ୍ନପୁର ଗ୍ରାମ ମଣ୍ଡା ପର୍ବତରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ବେ ଆଇନ ଭାବେ ବିସ୍ପୋରକ ସାମଗ୍ରୀ ଗଚ୍ଛିତ ସହ ପଥର ଫୁଟା କାର୍ଯ୍ୟ ରେ ନିୟୋଜନ ଥିବା ଅଭିଯୋଗ ରେ ୬ ଜଣ ଅଭିଯୁକ୍ତ ଙ୍କୁ ମଧ୍ୟ  ପୋଲିସ ଗିରଫ କରିଛି। ବିଶେଷ ସୂତ୍ର ରୁ ଖବର ପାଇ ଶୁକ୍ରବାର ସକାଳୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ ପୋଲିସ ପାହାଡ଼ ଉପରେ ଚଢ଼ାଉ କରି ଥିଲା।

ଦୁଇ ବସ୍ତା (ପ୍ରାୟ ୨୦୦ କେ. ଜି) ଅମୋନିଏମ୍ ନାଇଟ୍ରେଟ ପାଉଡର,୫୫ ଟି ଗିଲେଟିନ,୩ ବଣ୍ଡଲ ବିଦ୍ୟୁତ୍ ତାର ସହ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲା। ସେହି ପାହାଡ ରେ ବେଆଇନ ଭାବେ ପଥର ଫୁଟା ଓ ଚାଲାଣ କରୁଥିବା ଅଭିଯୋଗ ରେ ଖଦାଳ ପ୍ରଧାନ, କୃଷ୍ଣ ବେହେରା, ବାସୁଦେବ ଗଉଡ,ଜିତୁ ପଲାଇ ଓ ଟୁଲୁ ପଲାଇ ଙ୍କୁ ପୋଲିସ ଗିରଫ କରିଥିଲା। ଆସିକା ଥାନା କେସ ନ.୨୫୮ ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ସାହୁ  କହିଛନ୍ତି।

Govt
Leave A Reply