Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

ଭୁବନେଶ୍ୱର : ୨୪ ଅପ୍ରେଲ,୨୦୨୦ :  ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ମରଣ କରିବା ସହ ବିଜୁବାବୁ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥା ସଶକ୍ତିକରଣର ଦୃଢ଼ ପ୍ରବକ୍ତା ଥିଲେ ବୋଲି କହିଛନ୍ତିା ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମପଞ୍ଚାୟତଗୁଡ଼ିକୁ କୋଭିଡ୍‍-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଆଗଧାଡ଼ିରେ ରହିବା ସହିତ କରୋନା ଭୂତାଣୁ କବଳରୁ ଆମର ଗ୍ରାମଗୁଡ଼ିକୁ ସୁରକ୍ଷିତ ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତିା
 କୋଭିଡ୍‍-୧୯ ଚିକିତ୍ସା ସେବାକୁ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ୬ଟି ଆଇସିୟୁ ଶଯ୍ୟା ସହିତ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛିା ଓଡ଼ିଶା ଖଣି ନିଗମଙ୍କ ଆର୍ଥିକ ସହଯୋଗରେ ଏହି ସ୍ୱତନ୍ତ୍ର ହସ୍‍ପିଟାଲ୍‍ ପ୍ରସ୍ତୁତ ହୋଇଛିା ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ ସଂଖ୍ୟା ୩୩ ହେବା ସହ ସମୁଦାୟ ଶଯ୍ୟା ସଂଖ୍ୟା ୫୪୭୬କୁ ବୃଦ୍ଧିପାଇଛିା
 କୋଭିଡ୍‍-୧୯ ସମୟରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ନିମନ୍ତେ ୧୧ଟି ଜିଲ୍ଲାର ୧୦୫ ଜଣ ନର୍ସଙ୍କ ପାଇଁ କଟକସ୍ଥିତ ଏସ୍‍ସିବି ମେଡିକାଲ୍‍ କଲେଜରେ କ୍ରିଟିକାଲ୍‍ କେୟାର ଆଇସିୟୁ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିଛିା ନର୍ସମାନଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବା
 ଆଜି ପୁରୀଠାରେ ଶ୍ରୀଜଗନ୍ନଥ ମନ୍ଦିର ପରିଚାଳନା କମିଟିର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛିା ବୈଠକ ପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି ଯେ, କୋଭିଡ୍‍-୧୯ ପରିପ୍ରେକ୍ଷୀରେ ମଇ ୩ ତାରିଖରେ ଲକ୍‍ ଡାଉନ୍‍ ଅବଧି ଶେଷ ହେବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଳନ ସଂପର୍କରେ ନିଷ୍ପତ୍ତି ନିଆଯାଇପାରିବା
 ପୁରୀଠାରେ ଟେଲି-ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଛିା ଲକ୍‍ ଡାଉନ୍‍ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ପରାମର୍ଶ ପାଇଁ ହସ୍‍ପିଟାଲ୍‍କୁ ଯିବାର ଆବଶ୍ୟକତା ନାହିାଁ ଘରେ ରହି ଦରକାର ପଡ଼ିଲେ ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ
କରାଯାଇଛିା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ କୋଭିଡ୍‍-୧୯ ଲକ୍‍ ଡାଉନ୍‍ ସମୟରେ ରାଜ୍ୟର ୧୫,୩୯,୬୧୮ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛିା ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୨୩୧ କୋଟି ଟଙ୍କା ପ୍ରଦାନ କରାଯାଇଛିା
 କୋଭିଡ୍‍-୧୯ର ଲକ୍‍ ଡାଉନ୍‍ ସମୟରେ ସହରାଞ୍ଚଳ ଉଠା ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତିା ରାଜ୍ୟରେ ଥିବା ପ୍ରାୟ ୬୫୦୦୦ ଉଠା ଦୋକାନୀ ଏଥିରେ ଉପକୃତ ହେବୋ ଏ ପର୍ଯ୍ୟନ୍ତ ରାଜ୍ୟର ୧୧୧ଟି ପୌରାଞ୍ଚଳର ୩୭,୨୬୮ ଜଣ ଉଠାଦୋକାନୀଙ୍କୁ ୧୧ କୋଟି ୧୮ ଲକ୍ଷ ୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛିା ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ ବ୍ୟବସ୍ଥାରେ ସହାୟତା ପ୍ରଦାନ କରାଯାଉଛିା
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୬୧୦ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହିସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୫୪୯୦ ଗ୍ରାମ ପଞ୍ଚାୟତରେ ୩,୪୮,୬୬୮ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ ଟି ପୌରାଞ୍ଚଳରେ ୪୬,୧୨୭ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୩ରୁ ଅପ୍ରେଲ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୬୬ଟି ମାମଲା ଦାୟର
କରାଯାଇଛିା ସେଥିରୁ ୬୦ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ, ୨ଟି ହୋମ୍‍ କ୍ୱରାଣ୍ଟାଇନ୍‍ ଉଲ୍ଲଂଘନ ପାଇଁ ଏବଂ ୪ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୭୧ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୮୪୫୮ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୪ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ୩୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
 ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଛିା
 ୧୭୦ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

Leave A Reply