ରମ୍ଭା କିନ୍ନର ସଂଘ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ ରାଜ୍ୟ By On Apr 24, 2020 0 Share ଗଞ୍ଜାମ,ତା-୨୪/୪/୨୦ : ରାଜ୍ୟରେ ଲକ ଡାଉନ ହେବା ଫଳରେ ଗରିବ,ନିରୀହ ଦିନ ମଜୁରିଆମାନେ ଭୋକ ଉପାସରେ ପଡିଛନ୍ତି ।ଏଭଳି ପରିସ୍ଥିତିରେ ସାହାର୍ଯ୍ୟର ହାତ ବଢ଼ାଇଛନ୍ତି ରମ୍ଭା ସହରରେ ନୂତନ ଭାବେ ଗଢି ଉଠିଥିବା ତୃତୀୟ ଲିଙ୍ଗ ସାମାଜିକ ସଂଗଠନ ।ଏହି ସଂଗଠନ ତରଫରୁ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସାହି, କଲୋନୀ,ବସ୍ତିରେ କମ୍ୟୁନିଟି ତରଫରୁ ଶୁଖିଲା ଖାଦ୍ୟ ଚାଉଳ,ଡାଲି,ଆଳୁ,ପିଆଜ,ହାତ ସଫା କରିବା ପାଇଁ ସାବୁନ ବଣ୍ଟନ କରି ସଚେତନ କାର୍ଯ୍ୟକ୍ରମ କରିଥିଲେ । କିନ୍ନରମାନଙ୍କୁ ସରକାରୀ ଯଦି ସହାୟତା ଯୋଗାଇ ଦିଆ ଯାଇଥାନ୍ତା ତାହେଲେ ସେମାନେ ଜନକଲ୍ୟାଣ କାର୍ଯ୍ୟରେ ଆହୁରି ଆଗେଇ ଯାଇଥାନ୍ତେ ତାହା ରମ୍ଭା ନୂତନ ଭାବେ ଗଢ଼ି ଉଠିଥିବା କିନ୍ନର ସଂଗଠନ ପକ୍ଷରୁ ଦାବି ହୋଇଛି । ସଂଘର ସମ୍ପଦକ ଚିନ୍ମୟୀ ବେହେରା,ରଞ୍ଜିତ ସେଠୀ, ପାୟଲ ,ମାନସି, ରୋଜି ସାହୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରମ୍ଭା କିନ୍ନର ସଂଘ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ 0 Share