ଜନ୍ମାଷ୍ଟମୀ ପର୍ବ ର ବିଶେଷ ମାନ୍ୟତା ରହିଛି, ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓ ରୋହିଣୀ ନକ୍ଷତ୍ର ରେ ପାଳିତ ହୋଇଥାଏ, ମନ୍ଦିର ରେ ଓ ଘରେ କୃଷ୍ଣଙ୍କୁ ସୁସଜ୍ଜିତ କରି ପୂଜନ କରାଯାଇଥାଏ, କିନ୍ତୁ ଚଳିତବର୍ଷ ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ରହିଛି ବିଶେଷ ମହତ୍ୱ, ଚଳିତଥର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ରୋହିଣୀ ନକ୍ଷତ୍ରର ଘଟୁଛି ବିଶେଷ ସଂଯୋଗ, ଭଗବାନ ଙ୍କର ଏହି ବିଶେଷ ସଂଯୋଗ ରେ ଜନ୍ମ ହୋଇଥିଲା l ଯାହାକି ୧୫ ବର୍ଷ ପରେ ଘଟୁଛି l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରପଦ କୃଷ୍ଣପକ୍ଷ ର ଅଷ୍ଟମୀ ତିଥି ସେପ୍ଟେମ୍ବର ୪ ତାରିଖ ରାତି ୨ଟା ୨୫ ମିନିଟ ରୁ ଆରମ୍ଭ ହେଉଛି, ଏବଂ ଏହି ତିଥି ସେପ୍ଟେମ୍ବର ୫ ତାରିଖ ରାତି ୧୨ଟା ୧୩ ମିନିଟ ପର୍ଯ୍ୟନ୍ତ ରହିବ, ଉଦୟତୀଥି କୁ ଧ୍ୟାନରେ ରଖି ଓ ଧାର୍ମିକ ମାନ୍ୟତା ଅନୁସାରେ ସେପ୍ଟେମ୍ବର ୪ ତାରିଖ ଶୁକ୍ରବାର ଦିନ ମଥୁରା, ବୃନ୍ଦାବନ ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହେବ l
୨୦୨୬ ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସବୁଠୁ ବିଶେଷ ହେଲା ରୋହିଣୀ ନକ୍ଷତ୍ର ରେ ଘଟୁଛି ଏହାର ସଂଯୋଗ, ଅନେକ ଥର ଏଭଳି ମଧ୍ୟ ହୋଇଥାଏ ଯେ ଜନ୍ମାଷ୍ଟମୀ ଅଷ୍ଟମୀ ତିଥି ରେ ହୋଇଥାଏ କିନ୍ତୁ ରୋହିଣୀ ନକ୍ଷତ୍ର ମିଳନ ହୋଇପାରି ନଥାଏ l ତେଣୁ ଚଳିତ ଥରର ଜନ୍ମାଷ୍ଟମୀ ରେ ରହିଛି ବିଶେଷତା l
କେବେ ରହିବ ନିଶିଥ ପୂଜାର ସମୟ –
ଶ୍ରୀକୃଷ୍ଣଙ୍କ ଜନ୍ମ ମଧ୍ୟରାତ୍ରି ରେ ହୋଇଥିଲା, ସେଥିପାଇଁ ଜନ୍ମାଷ୍ଟମୀ ରେ ନିଶିଥ କାଳର ବିଶେଷ ମହତ୍ୱ ରହିଛି, ପଞ୍ଚାଙ୍ଗ ଅନୁସାରେ ସେପ୍ଟେମ୍ବର ୪ ତାରିଖ ରାତି ୧୧ ଟା ୫୬ ମିନିଟ ରୁ ୫ ସେପ୍ଟେମ୍ବର ରାତି ୧୨ ଟା ୪୧ ମିନିଟ ମଧ୍ୟରେ ନିଶିଥ ପୂଜାର ସମୟ ରହିବ, ଏହି ସମୟରେ ମଥୁରା , ବୃନ୍ଦାବନ ରେ ବିଶେଷ ପୂଜାର୍ଚନା କରାଯିବ , ଏବଂ ଏହି ସମୟରେ ମଧ୍ୟ ମନ୍ଦିର ଗୁଡିକ ରେ ପୂଜା କରାଯିବ l
