ବାଙ୍କୀ : କରୋନା ଭୂତାଣୁ ଠାରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତ୍ୱ ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ହେଲେ ଲୋକେ େଚେକିଂ ବେଳେ ମାନୁଛନ୍ତି ପରେ ଅମାନିଆ ହୋଇ ମନଇଚ୍ଛା ବାଇକ ଧରି ବଜାରରେ ବୁଲୁଥିବାର ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପାଇ ଏବଂ ଲକଡ଼ାଉନ କଟକଣାକୁ ମାନୁନଥିବା ଅମାନିଆଙ୍କୁ ସାବାଡ଼ କରିବା ପାଇଁ ବାଙ୍କୀ ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନା, ତହସିଲଦାର ପଦ୍ମ ଚରଣ ସାହୁ ମାଜିଷ୍ଟ୍ରେଟ୍ ଦାୟୀତ୍ୱରେ ରହି ବାଙ୍କୀ ବ୍ଲକର କଳାପଥର ବଜାରରେ ହଠାତ୍ ସକାର ୮ଟା ସମୟରେ ପହଞ୍ଚô ଚେକିଂ କଡ଼ାକଡ଼ି କରିଥିଲେ । କିଛି କାମ ନଥାଇ ଅଜଥାରେ ବାଇକ ଧରି ବୁଲୁଥିବା ବାଇକ ଆରୋହୀଙ୍କ ଅଟକାଇ ଜୋରିମାନା ଆଦାୟ କରାଯାଇଛି । ଏହି ଚେକିଂ ସମୟରେ ବୈଦ୍ୟେଶ୍ୱର ରାଜସ୍ୱ ନୀରିକ୍ଷକ, ବୈଦ୍ୟେଶ୍ୱର ପୋଲିସ ଉପସ୍ଥିତ ରହି କଟକଣାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସାଧାରଣ ଲୋକଙ୍କୁ ସତର୍କ କରାଇଥିଲେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ବାଇକ ଆରୋହୀଙ୍କୁ ସିନା ଅଟକ ରଖାଗଲା ମାତ୍ର ଲୁଗା ଦୋକାନ, ଚପଲ ଦୋକାନ ଭଳି ସମସ୍ତ ଦୋକାନ ଖୋଲା ରହିଥିବାର ଦେଖା ଯାଇଛି । ଆଗାମୀ ଚଢ଼ାଉ ସମୟରେ ଏହି ଦୋକାନ ଗୁଡ଼ିକ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।