Odisha news

ଏମିତିବି ଗାଁ ଅଛି ଯେଉଁଠି ଦୋକାନ କିମ୍ବା ଘରକୁ ଛୁଇଁଲେ ଦେବାକୁ ପଡିପାରେ ଜୋରିମାନା

0

ମଲାଣl,ହିମାଚଳ ପ୍ରଦେଶର କୁଲୁ ଘାଟିର ଉତ୍ତରପୂର୍ବ ଦିଗରେ ଅବସ୍ଥିତ ଏକ ପ୍ରାଚୀନ ଗ୍ରାମ l ଏହି ଗାଁଟି ପାର୍ବତିଘଟିରେ ଚନ୍ଦ୍ରଖlନି ଓ ଦିଓଟିବା ନାମକ ଦୁଇଟି ପାହାଡ ମଧ୍ୟରେ ଘେରିହୋଇ ରହିଛି ,ଏହି ଗ୍ରାମ ନିକଟରେ ମଲାଣl ନଦୀ ବହିଯାଇଛି l ମଲାଣl ଗାଁ ଆଧୁନିକ ସଭ୍ୟତାର ବହୁତ ଦୂରରେ ଓ ଏହି ଗାଁରେ ରହୁଥିବା ଲୋକମାଙ୍କର ଜୀବନ ଶୈଳୀ ମଧ୍ୟ ଆଧୁନିକ ତାକୁ  ଛୁଇଁ ପାରିନି l ଏହି ଗାଁର ଲୋକମାନେ ନିଜର ସାମାଜିକ ପ୍ରଥାକୁ ଅତ୍ୟନ୍ତ କଠୋରତା ସହ ପାଳନ କରିଥାନ୍ତି l

ମଲାଣl ଗାଁଟି ଇତିହାସରେ ବହୁତ ପୁରୁଣା ଅଟେ l ଲୋକକଥା ଅନୁସାରେ “ଜମଲୁ ଋଷି “ନାମକ ଜଣେ ସାଧୁ ଏହି ଗାଁର ନୀତିନିୟମ ତିଆରି କରିଥିଲେ l କୁହାଯାଇଛି ଯେ ଏହି ଗାଁର ଲୋକତନ୍ତ୍ର ପ୍ରଥିବି ଇତିହାସରେ ପ୍ରାଚୀନ ଲୋକତନ୍ତ୍ର ଅଟେ l ଜମଲୁ ଋଷିଙ୍କୁ ଆର୍ଯ୍ୟମାନଙ୍କ ପୂର୍ବରୁ ପୂଜା କରାଯାଉଥିଲା l ମଲାଣl ଗାଁରେ ରହୁଥିବା ଅଧିବାସୀ ମାନେ ନିଜକୁ ଆର୍ଯ୍ୟ ମାନଙ୍କ ବଂଶଜ ବୋଲି ମାନିଥାନ୍ତି l

ଅନ୍ୟ ପରମ୍ପରା ଅନୁସାରେ ମଲାଣl ଗାଁର ଲୋକମାନେ ନିଜକୁ ସିକନ୍ଦରଙ୍କ ସୈନିକଙ୍କ ବଂଶଜ ବୋଲି ଗଣନା କରନ୍ତି l ବହୁତ ବର୍ଷ ପୂର୍ବରୁ ମୋଗଲ ସମ୍ରାଟ ଆକ୍ବର ନିଜ ରୋଗର ଚିକିତ୍ସା ପାଇଁ ମଲାଣl ଗାଁକୁ ଯାଇଥିଲେ ,ଯେତେବେଳେ ସେ ସୁସ୍ଥ ହୋଇଗଲେ ଏଠାରେ ରହୁଥିବା ଲୋକ ମାନଙ୍କୁ କର ମୁକ୍ତ କରିଥିଲେ l

ମଲାଣl ଗାଁର ସାମାଜିକ ପ୍ରଥା ଅନୁସାରେ ଜମଲୁ ଋଷିଙ୍କ ନୀତି ନିୟମରେ ରହିଛି ବୋଲି କୁହାଯାଇଥା l ଏହି ଗାଁରେ ଗୋଟିଏ ନିୟମ ରହିଛି ଯେ ୧୧ ଜଣ ସଦସ୍ୟଙ୍କୁ ନେଇ ଗ୍ରାମ ପରିଷଦ ତିଆରି ହୋଇଥାଏ ,ସେହି ସଦସ୍ୟ ମାନେ ଜମଲୁ ଋଷିଙ୍କ ପ୍ରତିନିଧି ବୋଲି ଲୋକମାନେ ମାନିଥାନ୍ତି l ଏହି ୧୧ ଜଣ ସଦସ୍ୟଙ୍କ ଦ୍ୱାରା ନିଆ ଯାଇଥିବା ଯେକୌଣସି ନିର୍ଣ୍ଣୟ ସମସ୍ତେ ଗ୍ରହଣ କରିଥାନ୍ତି l ଏହି ଗାଁର ରାଜନୀତି ବ୍ୟବସ୍ତା ଗ୍ରୀସ ସଭ୍ୟତାର ରାଜନୀତି ବ୍ୟବସ୍ତା ସହିତ ମେଳଖାଏ l

ମଲାଣl ଗ୍ରାମରେ ରହୁଥିବା ଲୋକମାନେ ନିଜକୁ ଶ୍ରେଷ୍ଠ ବୋଲି ଭାବନ୍ତି ,ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଘର ,ପୂଜାସ୍ଥଳ ,ସ୍ମାରକ ,କଳାକୃତି ଇତ୍ୟାଦି ଛୁଇଁବାକୁ ବାରଣ କରିଥାନ୍ତି l ଏହି ଗାଁରେ ପ୍ରତ୍ୟକ ବର୍ଷ ହଜାର ହଜାର ପର୍ଯ୍ୟଟକ ଏହାର ପରମ୍ପରା ଦେଖିବାକୁ ଆସିଥାନ୍ତି ,କିନ୍ତୁ ସେମାନଙ୍କୁ କୌଣସି ହୋଟେଲ କିମ୍ବା ଘରେ ରହିବାକୁ ଅନୁମତି ମିଳେନାହିଁ l ସେମାନେ ଗାଁ ବାହାରେ ତମ୍ବୁଟାଣି ରହିଥାନ୍ତି l ଯଦି ଏହି ଗାଁ ବାହାରର କୌଣସି ବ୍ୟକ୍ତି ଗୋଟିଏ ଦୋକାନ କିମ୍ବା ଘର ଛୁଇଁଦେଲେ ତେବେ ତାକୁ ଏକ ହଜାରରୁ ନେଇ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିଥାଏ l ଏହି କଥାକୁ ସୂଚନା ଦେବାପାଇଁ ପ୍ରତ୍ୟକଟି ସ୍ଥାନରେ ବୋର୍ଡ଼ରେ ଲେଖା ହୋଇଥାଏ l

Nalco
Leave A Reply