ନୀଳଗିରି : ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ଓ ନୀଳଗିରି ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ଚଢଉ କରି ସିଆଡ଼ିମାଳ ପଞ୍ଚାୟତରୁ ୨୦୫୦ କି.ଗ୍ରା. ପୋଚ ସହ ୪୮ ଲିଟର ଦେଶୀମଦ ଜବଦ କରିଛନ୍ତି । ଘଟଣାରେ ଜଡ଼ିତ ବାଣ୍ଠିଆପଡ଼ା ଗ୍ରାମର ବୁଦ୍ଧିଆ ସିଂକୁ ଗିରଫ କରାଯାଇଛି ।
ଅବକାରୀ ବିଭାଗ ପକ୍ଷରୁ ବୁଦ୍ଧିଆ ସିଂଙ୍କ ବିରୋଧରେ ମାମଲା ରୁଜୁ ପରେ କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ମୋବାଇଲ ଇନ୍ସପେକ୍ଟର ଗାଲୁରାମ ସରେନ୍ ଓ ନୀଳଗିରି ଅବକାରୀ ବିଭାଗ ସବ୍ଇନ୍ସପେକ୍ଟର ଲକ୍ଷ୍ୟ ସାଧବ ପ୍ରଧାନ ପ୍ରମୁଖ ସାମିଲ ଥିଲେ
