ବାରିପଦା : କଲ୍ୟାଣ ମଣ୍ଡପ ଏବଂ ଯାତ୍ରୀ ପ୍ରତିକ୍ଷ୍ୟାଳୟ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଜେଏମଏମ ଯୁବମୋର୍ଚ୍ଚାର ଦାବି
ବାରିପଦା : ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ କୁଳିଅଣା ବ୍ଲକ ବିଡିଓଙ୍କୁ କଲ୍ୟାଣ ମଣ୍ଡପ ଏବଂ ଯାତ୍ରୀ ପ୍ରତିକ୍ଷ୍ୟାଳୟର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଦୁଇଦଫା ଦାବିପତ୍ର ପ୍ରଦାନ କରିଛନ୍ତି । କୁଳିଅଣା ବ୍ଲକ ଅଧିନ ଚାନ୍ଦୁଆ ପଞ୍ଚାୟତ ପରିସରରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପକ୍ଷରୁ ୨୦ଲକ୍ଷଟଙ୍କା ଅନୁଦାନ ଏବଂ ମନରେଗା ଯୋଜନାରେ ୧୫ଲକ୍ଷଟଙ୍କା ମିଶାଇ ମୋଟ୍ ୩୫ଲକ୍ଷଟଙ୍କା ବ୍ୟୟ ଅଟକଳ କରାଯାଇଛି କିନ୍ତୁ ଦୀର୍ଘଦିନ ହେଲା କାମ ଆରମ୍ଭ କରାଯାଇନାହିଁ, କେବଳ ସୂଚନା ଫଳକ ଲାଗିଛି । ମଣ୍ଡପ ନିର୍ମାଣ ହେଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ଛାତ୍ରନେତା ଅର୍ଜୁନ ମୁର୍ମୁଙ୍କ ଦୀର୍ଘଦିନର ଆନେ୍ଦାଳନ ପରେ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ବିଧାୟକ ପାଣ୍ଠିରୁ ୨୦୧୭-୧୮ ଆର୍ଥôକ ବର୍ଷରେ ବାଇଗଣବାଡିଆ କଲେଜ୍ ଛକ ବସଷ୍ଟାଣ୍ଡ ଠାରେ ଯାତ୍ରୀ ପ୍ରତିକ୍ଷ୍ୟାଳୟ ନିମନ୍ତେ ୨ଲକ୍ଷଟଙ୍କା ମଞ୍ଜୁର କରାଯାଇଛି । ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ନାହିଁ । କାର୍ଯ୍ୟଟି କୁଳିଅଣା ବ୍ଲକ ଅଧିନରେ ନିର୍ମାଣ ଦାୟିତ୍ୱ ବାରିପଦା ଡିପିଏମୟୁ କାର୍ଯ୍ୟାଳୟ ଚିଠି ନଂ ୧୫୮୪, ୨୩/୧୦/୨୦୧୯ ପକ୍ଷରୁ ପ୍ରଦାନ କରାଯାଇଛି । ଯାତ୍ରୀ ପ୍ରତିକ୍ଷ୍ୟାଳୟ ନିର୍ମାଣ ବିଳମ୍ବ ଯୋଗୁଁ ଜନସାଧାରଣ ଅସନ୍ତୋଷର କାରଣ ପାଲଟିଛି । ଉକ୍ତ ଘଟଣାକୁ ନେଇ ଜେଏମଏମ ଯୁବମୋର୍ଚ୍ଚାର ଯୁବନେତା ଅର୍ଜୁନ ମୁର୍ମୁ କୁଳିଅଣା ବିଡିଓଙ୍କ ସହ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିବାବେଳେ ବିଡିଓ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରି ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।