Odisha news

ବାଲିଗୁଡା ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
ବାଲିଗୁଡା,ତା, ୧୩/୦୫ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୋଟ ୭୩ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୫ଟି ବ୍ୟକ୍ତିଗତ ଓ ୧୮ଟି ସାମୂହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଶୁଣାଣି ରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ,ଆରକ୍ଷୀ ଅଧିକ୍ଷକ ହରିଶ ବିସି, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ,ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଥିଲେ | ଏହି  ଅଭିଯୋଗ ଶୁଣାଣି ରେ ଜମିହୀନ ଓ ବସୁନ୍ଧରା ରେ ନୂତନ ହିତାଧିକାରୀ ମାନଙ୍କୁ ପଟା ପ୍ରଦାନ କରିଥିଲେ| ଏହି ଅଭିଯୋଗ ଶୁଣାଣି ରେ ବାଲିଗୁଡା ପ୍ରକଳ୍ପ ପ୍ରଶାସକ ଆଇଟିଡିଏ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡ଼ିଓ ଅକ୍ଷୟ କୁମାର ମଳିକ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ରାସ୍ତାଘାଟ, ମୋବାଇଲ ଟାୱାର,ଆବାସ ଯୋଜନା, ଭତ୍ତା, ଭିନ୍ନ କ୍ଷମ ସାର୍ଟିଫିକେଟ ସମେତ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କ ରେ ଅଭିଯୋଗ ଆସିଥିଲା | ଜିଲ୍ଲାପାଳ ବେଦ ଭୂଷଣ ନୂତନ ଅଭିଯୋଗ ଶୁଣିବା ସହିତ ପୂର୍ଵ ଅଭିଯୋଗ ଗୁଡିକ ର ମଧ୍ୟ ସମାଧାନ କରିଥିଲେ |
IEC 2 years
Leave A Reply