Odisha news

ଛୋଟ ପିଲାଙ୍କ ମଧ୍ୟରେ ସ୍ମାର୍ଟ ଫୋନ ବଢ଼ାଉଛି ଅଧିକ ହୃଦଘାତ ସମସ୍ୟା : ରିସର୍ଚ୍ଚ

0

ଆଜିକାଲି ଖୁବ କମ ଆୟୁର ପିଲାମାନେ ମଧ୍ୟ ହାର୍ଟ ଆଟାକ ରେ ପ୍ରଭାବିତ ହେଉଛନ୍ତି, ଏହାକୁ ନେଇ ଗୋଟିଏ ଅଧ୍ୟୟନ ହୋଇଥିଲା l  ଯେଉଁଥିରେ ଗବେଷକ ମୁଖ୍ୟ କାରଣ ଖରାପ ଲାଇଫ ଷ୍ଟାଇଲ କୁ ଦର୍ଶାଇଥିଲେ l ଏହାଛଡା ଆଉ ଗୋଟିଏ ବଡ଼ କାରଣ ମୋବାଇଲ ର ଅଧିକ ବ୍ୟବହାର ଦ୍ୱାରା ମାନସିକ ଚାପ ବୃଦ୍ଧି କୁ ଦର୍ଶାଇ ଥିଲେ l ତେବେ ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ l

– କାର୍ଡିଓଲୋଜିଷ୍ଟ ଙ୍କ ମ୍ତ ଅନୁସାରେ ଆଜିର ପିଲା ମାନଙ୍କ ମଧ୍ୟରେ ପରିଶ୍ରମ ର କୌଣସି ଚିହ୍ନ ବର୍ଣ ଦେଖାଯାଉ ନାହିଁ, ଏବଂ ଫାଷ୍ଟ ଫୁଡ କଲଚର ସେମାନଙ୍କ ଜୀବନ ଶୈଳୀ କୁ ପ୍ରଭାବିତ କରୁଛି l ଏବଂ ପାଠ ପଢ଼ାର ଚାପ ମଧ୍ୟ ମାନସିକ ଚାପକୁ ବୃଦ୍ଧି କରୁଛି l ଖରାପ ଖାଦ୍ୟ ଶୈଳୀ ପିଲାଙ୍କ ମଧ୍ୟରେ ବୃଦ୍ଧି କରୁଛି ହାର୍ଟ ରେ ବ୍ଳକେଜ ସମସ୍ୟା l

– ଏବଂ ଅନ୍ୟ ଗୋଟିଏ ବଡ଼ କାରଣ ହେଉଛି ପିଲା ମାନେ ସ୍ମାର୍ଟ ଫୋନ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରି ନିଦ୍ରା ହୀନତାର ଶିକାର ହେଉଛନ୍ତି l ସ୍ମାର୍ଟ ଫୋନ ଦ୍ୱାରା ଅଧିକ ସମୟ ଗେମ ଖେଳି ନିଜର ମାନସିକ ଚାପକୁ ବୃଦ୍ଧି କରୁଛନ୍ତି , ଏହି ସମସ୍ୟା ହାର୍ଟ ଉପରେ ପ୍ରଭାବ ପକାଉଛି l

– ଗବେଷକ ଙ୍କ ମତରେ ଯଦି ପରିବାରରେ କୌଣସି ସଦସ୍ୟ ଙ୍କର ହାର୍ଟ ଅଟାକା ସମସ୍ୟା ପୂର୍ବରୁ ରହିଛି ତେବେ ସେ ହାର୍ଟ ଅଟାକା ରେ ପ୍ରଭାବିତ ହୋଇ ପାରନ୍ତି l ତେଣୁ ନିଜର ଜୀବନ ଶୈଳୀ କୁ ସେଥିପାଇଁ ବିଶେଷ ଧ୍ୱଂ ଦେବା ଆବଶ୍ୟକ l

– ଛୋଟ ପିଲାମାନେ ଯଦି ଅତ୍ୟଧିକ ମୋଟା ହେବେ ତେବେ ସେମାନେ କାର୍ଡିଓ ସମସ୍ୟାର ସମୁଖୀନ ହୋଇ ପାରନ୍ତି l ଏହାଛଡା ସୁଗାର ରେ ମଧ୍ୟ ଛୋଟ ବେଳରୁ ପୀଡିତ ହୋଇ ପାରନ୍ତି l

– ପିଲାଙ୍କ ଭୋଜନ କୁ ବିଶେଷ ଧ୍ୟାନ ଦିଅନ୍ତୁ, ଫାଷ୍ଟ ଫୁଡ ଠାରୁ ଦୁରେଇ ରୁହନ୍ତୁ l ଏବଂ ପିଲାଙ୍କୁ ନିୟମିତ ସାଇକିଲିଂ କରିବା, ଖେଳିବା ପାଇଁ ପିଲାଙ୍କୁ ପ୍ରୋତ୍ସାହନ ଦିଅନ୍ତୁ l ପିଲା ଯେପରି ଫ୍ୟାଟ ବର୍ନ କରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ l

Nalco

Leave A Reply