Odisha news

ବିଶ୍ୱ ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ ଲିବର୍ଟି ନିର୍ମିତ ହେବା ପଛରେ ରହିଛି ବିଶେଷ କାହାଣୀ

0

ତାହା ଥିଲା ୧୮୬୫ ମସିହାର ପ୍ୟାରିସ ରେ ଗୋଟିଏ ରାତ୍ରି କାଳୀନ ଭୋଜୀର , ଯେଉଁଠାରୁ ଆରମ୍ଭ ହୋଇଥିଲା ଷ୍ଟାଚୁ ଅଫ ଲିବର୍ଟି ର କାହାଣୀ  l ଯେଉଁଠି ଫ୍ରାଂସୀସୀ ଲୋକଙ୍କର ଗୋଟିଏ ଗୋଷ୍ଠୀ ନିଜର ରାଜା ଜୈସେ ସମ୍ରାଟ ଓ ଆମେରିକା ର ଲୋକତନ୍ତ୍ର ସରକାର ଙ୍କ ବିଷୟରେ ଚର୍ଚା ଚାଲିଥିଲା l ସେ ଆମେରିକାର ସ୍ୱତନ୍ତ୍ରତା ପାଇଁ ଗୋଟିଏ ସ୍ମାରକ ନିର୍ମାଣ କରିବା ପାଇଁ ନିଷ୍ପତି ନେଲେ ଓ ନିଜ ଦେଶରେ ଲୋକତନ୍ତ୍ର ପାଇଁ ଫ୍ରାଂସୀସୀ ମାନଙ୍କ ଦାବିକୁ ମଧ୍ୟ ମଜବୁତ କରିଥିଲେ l ସେହି ରାତ୍ରି ଭୋଜି ରେ ମୂର୍ତ୍ତିକାର ଫ୍ରେଡ଼ରିକ ଅଗସ୍ଟେ ବିଅର୍ଥଲଡି ମଧ୍ୟ ଉପସ୍ଥିତ ଥିଲେ l ସେ ସ୍ୱାଧୀନତା ର ଆଲୋକ ସ୍ୱରୂପ ଗୋଟିଏ ଜ୍ୱଳନ୍ତ ମଶାଲ ଜଣେ ମହିଳା ଧରି ଥିବାର କଳ୍ପନା କରିଥିଲେ l

ଫ୍ରାଂସୀସୀ ସମର୍ଥ ମାନେ ଏହି ମୂର୍ତ୍ତିଟିକୁ ନିର୍ମାଣ କରିବା ପାଇଁ ଫଣ୍ଡ ଆରେଞ୍ଜ କରିବାକୁ ଆରମ୍ଭ କରିଦେଲେ l ଏବଂ ଆମେରିକୀୟ ମାନେ ସେହି ମୂର୍ତ୍ତିଟି ଯାହା ଉପରେ ଠିଆ ହେବ ସେହି ଆସନ ଟିକୁ ଦେଇଥିଲେ l ଏହାକୁ ଫ୍ରେଞ୍ଚ ମୂର୍ତ୍ତିକାର ଫ୍ରେଡରିକ ଅଗସ୍ଟେ ଡିଜାଇନ କରିବା ଆରମ୍ଭ କଲେ ଓ ଏବଂ ଏହାର ଢାଞ୍ଚା କୁ ଗୁସ୍ତାବ ଏଫିଲଡ ତିଆରି କରିଥିଲେ l ଫ୍ରେଡ଼ରିକ ଅଗସ୍ଟେ ଏହାର ନିର୍ମାଣ ପାଇଁ ନିଜ ମା ଙ୍କୁ ଗୋଟିଏ ମଡେଲ ଭାବରେ ବ୍ୟବହାର କରିଥିଲେ l ୧୫୧ ଫୁଟ ୧ଇଞ୍ଚ ଏହି ତମ୍ବାର ସେହି ସମୟ ରେ ଆମେରିକାର ସବୁଠୁ ସୁ-ଉଚ୍ଚ ନିର୍ମାଣ କାର୍ଯ୍ୟ ଥିଲା l ଇଂଜିନିୟର ଗୁସ୍ତାବ ଏଫିଲ ଯିଏକି ପରବର୍ତୀ ସମୟ ରେ ଏଫିଲ ଟାୱାର କୁ ଡିଜାଇନ କରିଥିଲେ ଏବଂ ଏଥିରେ ଲିବର୍ଟି କୁ ଡିଜାଇନ କରିଥିଲେ l

ମୂର୍ତି ଟି ଧରିଥିବା ମଶାଲ ର ହାତ ର ମାପ  ୪୬ ଫୁଟ, ୮ ଫୁଟ ର ଆଙ୍ଗୁଳି, ନାକ ପାଖାପାଖି ୫ ଫୁଟ l ମୂର୍ତି ଟି ୩ ଇଂଚ ରହିଥାଏ ଯାହାକି ପବନ ରେ ହଲିଥାଏ l ଏବଂ ହାତରେ ରହିଥିବା ମଶାଲ ଟି ୫ ଇଞ୍ଚ ବୁଲିଥାଏ l ପର୍ଯ୍ୟଟକ ଙ୍କ ପାଇଁ ମୂର୍ତି ର ମୁକୁଟ ରେ ୨୫ ଟି ଝରକା ରହିଛି, ୩୫୪ ଟି ସୀଢୀ ରହିଛି ଯାହା ଉପରେ ପର୍ଯ୍ୟଟକ ଉପରକୁ ଚଢି ଯାଇ ଥାଆନ୍ତି l ମୂର୍ତି ର ଭିତର ପାର୍ଶ୍ୱରେ  ବିଶାଳ ଲୁହl  ର ଖୁମ୍ବ  ରହିଛି ଯାହାକି ମୂର୍ତ୍ତିକୁ ଭିତରୁ ଶକ୍ତ କରିଥାଏ l

Nalco

Leave A Reply