ଅଧୟନ କହୁଛି ଯଦି କେହି ମହିଳା ନିୟମିତ ଭାବରେ ସାମାନ୍ୟ ଲୁଣ ସହିତ କିଛି କଳାଜିରା ସେବନ କରିବେ ତେବେ ଅନେକ ଗୁଡିଏ ଶାରୀରିକ ସମସ୍ୟାରୁ ଆରାମ ପାଇବେ l
– ଆଜିର ମହିଳାଙ୍କ ନିକଟରେ ଇନଫର୍ଟିଲିଟି ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଯାଉଛି l ସେଥିପାଇଁ ନିୟମିତ କଳାଜିରା ସେବନ କରନ୍ତୁ l ପ୍ରତିଦିନ କଳାଜିରା ସେବନ କରିବା ଦ୍ୱାରା ପ୍ରୋଜେସ୍ଟେରନ ଓ ଟେସ୍ଟୋସ୍ଟେରନ ହର୍ମୋନ ର ସ୍ତରରେ ସୁଧାର ଆଣିଥାଏ l ଦୁଇଟି ଯାକ ହର୍ମୋନ ଫର୍ଟିଲିଟି ବୃଦ୍ଧି କରିଥାଏ l
– କଳାଜିରା ରେ ଏଭଳି ଗୁଣ ରହିଛି ଯାହାକି ସ୍ତନ୍ୟ ପାନ କରୁଥିବା ମହିଳା ମାନଙ୍କ ମଧ୍ୟରେ ମିଲକ୍ ପ୍ରଡକ୍ସନ କୁ ବୃଦ୍ଧି କରିଥାଏ , ଏହି ସିଡ଼ସ ରେ ଗେଲେକ୍ତଗୋଗ ଗୁଣ ରହିଥାଏ, ଯାହାକି ସେଥିପାଇଁ ଖୁବ ମହତ୍ଵପୁର୍ଣ ଅଟେ l
– କଳାଜିରା ଖାଦ୍ୟକୁ ଖୁବ ଭଲରେ ହଜମ କରାଇବାରେ ସାହାଯ୍ୟ କରିଥାଏ l ପେଟ ଫୁଲିବା, ଏସିଡ଼ିଟି, ପାଚନ ସମସ୍ୟା ରେ ସୁଧାର ଆସିଥାଏ l ଏହାଦ୍ୱାରା ପେଟର ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ ଏବଂ ଅଲସର ସମସ୍ୟା ମଧ୍ୟ ଦୂର ହୋଇଥାଏ l
– କଳାଜିରା ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି-ମାଇକ୍ରୋବୀଯଲ, ଆଣ୍ଟି ଭାଇରଲ, ଆଣ୍ଟି ଫାଙ୍ଗଲ ଗୁଣ ରହିଛି l ଏବଂ କଳାଜିରା ଓ ଲୁଣ ନିୟମିତ ସେବନ କରିବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହେବାରେ ସାହାଯ୍ୟ କରିଥାଏ l ଏଥିରେ ଅନେକ ଗୁଡିଏ ଆକ୍ଟିଭ ସପ୍ଲିମେଣ୍ଟ ରହିଛି l