Odisha news

ସିକଲ ସେଲ ରୋଗ କଣ ? ଯେଉଁ କାରଣରୁ ରାଜସ୍ଥାନ ରେ ୧୦ ହଜାର ରୁ ଉର୍ଧ୍ଵ ବ୍ୟକ୍ତି ଅବିବାହିତ ଅଛନ୍ତି

0

ସିକଲ ସେଲ ରୋଗ ବିଶେଷ ଭାବରେ ଆଦିବାସୀ କ୍ଷେତ୍ରର ଗୋଟିଏ ରୋଗ, ଏହାଦ୍ୱାରା ଅଧିକ ମହିଳା ମାନେ ପ୍ରଭାବିତ ହୋଇ ଥାଆନ୍ତି, ଏହି ରୋଗରେ ପୀଡିତ ମହିଳା ଙ୍କ ଆୟୁ ୪୮ ବର୍ଷ ମଧ୍ୟରେ ଏବଂ ପୁରୁଷ ଙ୍କ ଆୟୁ ୪୨ ବର୍ଷ ମଧ୍ୟରେ ସୀମିତ ରହିଥାଏ l ଏହା ମୁଖ୍ୟତଃ ଭାବରେ ଆନୁବଂଶିକ ରୋଗ ଅଟେ, ଏହି ରୋଗ ଏତେ ଅଧିକ ମାରାତ୍ମକ ହୋଇଥାଏ ଯେ ଧୀରେ ଧୀରେ ଶରୀରର ଅଙ୍ଗକୁ ଅଧିକ ଦୁର୍ବଳ କରିଦେଇ ଥାଏ l ଏହି କାରଣରୁ ଖୁବ କମ ଅୟୁରେ ମଣିଷ ର ମୃତ୍ୟୁ ହୋଇଥାଏ l

ସିକଲ ସେଲ ରୋଗ କଣ ?
ସିକଲ ସେଲ ରୋଗ ଆପଣଙ୍କ ଲାଲ ରକ୍ତ କୋଷିକା ମଧ୍ୟରେ ହେମୋଗ୍ଲୋବିନ କୁ ପ୍ରଭାବିତ କରିଥାଏ, ଯାହାଦ୍ୱାରା ଲାଲ ରକ୍ତ କୋଷିକା ସିକଲ ଆକାରର ହୋଇଯାଇଥାଏ l ଏବଂ ଏହା ଆପଣଙ୍କ ରକ୍ତ ପ୍ରଭାହ ରେ ବାଧା ଆଣିଥାଏ l ଯାହାଦ୍ୱାରା ଏନିମିଆ , ଯନ୍ତ୍ରଣା , ବିଭିନ୍ନ ସଂକ୍ରମଣ ,ଅର୍ଗାନ ଫେଲିଅର ଭଳି ସମସ୍ୟା ଦେଖିବାକୁ ମିଳିଥାଏ l

ସିକଲ ସେଲ ର ଲକ୍ଷଣ –
ଏହାର ମୁଖ୍ୟ ଲକ୍ଷଣ ଶରୀରର ଯେ କୌଣସି ଅଙ୍ଗ ରେ ବାରମ୍ବାର ଅସହନୀୟ ଯନ୍ତ୍ରଣା ଦେଇଥାଏ l
ରକ୍ତ ହୀନତା ସମ୍ବନ୍ଧିତ ବିଭିନ୍ନ ସମସ୍ୟା l
ଶରୀରର ବିକାଶ ରେ ବାଧା ସୃଷ୍ଟି ହୋଇଥାଏ l
ଫୁସଫୁସ, ହୃତପିଣ୍ଡ , କିଡ୍ନୀ, ଚକ୍ଷୁ, ମସ୍ତିଷ୍କ ଇତ୍ୟାଦି ପ୍ରଭାବିତ ଓ ସଂକ୍ରମିତ ହୋଇଥାଏ l

ସିକଲ ସେଲ ରେ ପ୍ରଭାବିତ ବ୍ୟକ୍ତି କାହିଁକି ବିବାହ କରିପାରିବେ ନାହିଁ –
ସିକଲ ସେଲ ଗୋଟିଏ ସଂକ୍ରମିତ ରୋଗ, ଯଦି ମା କିମ୍ବା ବାପା ସିକଲ ସେଲ ରେ ପ୍ରଭାବିତ ଥିଲେ ଗର୍ଭସ୍ଥ ଶିଶୁ ମଧ୍ୟ ପ୍ରଭାବିତ ହୋଇଥାଏ l ତେଣୁ ଏହି ରୋଗରେ ପୀଡିତ ବ୍ୟକ୍ତି ବିବାହ କରିବାକୁ ଇଛା ପ୍ରକାଶ କରନ୍ତି ନାହିଁ l

ସିକଲ ସେଲ ରେ ପ୍ରଭାବିତ ବ୍ୟକ୍ତି କିମ୍ବା ଶିଶୁ ଙ୍କ ପାଇଁ ୨ଟି ଭ୍ୟାକସିନ ସରକାର ଙ୍କ ପକ୍ଷରୁ ଦିଆଯାଉଛି l ଏହି ଭ୍ୟାକସିନ ର ମୂଲ୍ୟ ୧୦ ରୁ ୧୨ ହଜାର ଟଙ୍କା ଅଟେ, କିନ୍ତୁ ସରକାର ଏହାକୁ ନିଃଶୁଳ୍କ ପ୍ରଦାନ କରୁଛନ୍ତି l  ଏହି ଭ୍ୟାକସିନ ଦ୍ୱାରା ରୋଗ ରୁ ସମ୍ପୂର୍ଣ ଆରୋଗ୍ୟ ଆମେ ହୋଇନଥାଉ କିନ୍ତୁ ଅଧିକ ବ୍ୟାପିବାରୁ ଆରାମ ମିଳିଥାଏ l

Leave A Reply