Odisha news

ମହିଳା ନାଗା ସାଧୁ କିପରି ହୋଇ ଥାଆନ୍ତି ଏବଂ କୁମ୍ଭ ମେଳା ପରେ କେଉଁଆଡେ ଯାଆନ୍ତି

0

ଜାନୁଆରୀ ୧୩ ତାରିଖ ରୁ ଉତ୍ତରପ୍ରଦେଶ ର ପ୍ରୟାଗରାଜ ରୁ ମହାକୁଂଭ ମେଳା ଆରମ୍ଭ ହୋଇ ସାରିଛି, ଏହି ମେଳା ୪୫ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଫେବୃଆରୀ ୨୬ ତାରିଖ ରେ ସମାପନ ହେବ l ପ୍ରତିବର୍ଷ ଭଳି ନାଗାସାଧୁ କୁମ୍ଭ ର ମୁଖ୍ୟ ଆକର୍ଶଣ l ଏଥିରେ ମହିଳା ନାଗାସାଧୁ ମଧ୍ୟ ସାମିଲ ରହି ଥାଆନ୍ତି, କିନ୍ତୁ ଏହି ମହିଳା ନାଗାସାଧୁ କୁମ୍ଭ ମେଳା ପରେ କେଉଁଆଡେ ଯାଆନ୍ତି ଓ କଣ କରନ୍ତି ତାହା ରହସ୍ୟ ଅଟେ l

ମହିଳା ନାଗାସାଧୁ ଙ୍କ ଜୀବନ –
ପୁରୁଷ ନାଗାସାଧୁ ଙ୍କ ଭଳି ମହିଳା ନାଗାସାଧୁ ମଧ୍ୟ ସାଂସାରିକ ମୋହ ମାୟାରୁ ଦୁରେଇ ରୁହନ୍ତି, ଗୃହ ଜୀବନ କୁ ଏଡାଇ କେବଳ ଈଶ୍ୱର ଙ୍କ ଆରାଧନା ରେ ମଗ୍ନ ରୁହନ୍ତି, ସେମାନଙ୍କ ପାଇଁ ମୋହ ମାୟା ଭରା ସମ୍ପର୍କ ମୂଲ୍ୟ ହୀନ ଅଟେ, ଧନ ଦୌଲତ ର କୌଣସି ମୂଲ୍ୟ ନଥାଏ l କେବଳ ଭଗବାନ ଙ୍କ ଧ୍ୟାନ ହିଁ ମୁଖ୍ୟ ଅଟେ l

ମହିଳା ନାଗାସାଧୁ କେଉଁଠି ରୁହନ୍ତି –
ମହିଳା ନାଗାସାଧୁ କୌଣସି କୌଣସି ବଡ଼ ଅଖାଡା ସହିତ ଯଦି ଥାଆନ୍ତି, କିନ୍ତୁ ସେମାନଙ୍କ ରହିବା ପାଇଁ କୌଣସି ନା କୌଣସି ଆଶ୍ରମ ରେ ଜୀବନ ଅତିବାହିତ କରିଥାଆନ୍ତି l ଯେତେବେଳେ କୁମ୍ଭ ମେଳା ଲାଗିଥାଏ ସେଠାରେ ତାଙ୍କର ରହିବାର ବ୍ୟବସ୍ଥାକରାଯାଇ ଥାଏ l
କଣ ମହିଳା ନାଗାସାଧୁ ମଧ୍ୟ ନିର୍ଵାସ୍ତ୍ର ରୁହନ୍ତି –
ଅଖାଡା ର ନିୟମ ଅନୁସାରେ ପୁରୁଷ ନାଗାସାଧୁ ଦୁଇ ପ୍ରକାରର ହୋଇ ଥାଆନ୍ତି, ଗୋଟିଏ ହେଲେ ବସ୍ତ୍ର ଧାରୀ ଆଉ ଗୋଟିଏ ହେଲେ ଦିଗମ୍ବର ଅର୍ଥାତ ନିର୍ଵାସ୍ତ୍ର , ନିର୍ଵାସ୍ତ୍ର ନାଗାସାଧୁ ସାର୍ବଜନିକ ସ୍ଥାନ କୁ ଯିବା ସମୟ ରେ ନିଜ ଅଙ୍ଗକୁ ଘୋଡାଇ ଥାଆନ୍ତି l  କିନ୍ତୁ ମହିଳା ନାଗାସାଧୁ ଙ୍କୁ ନଗ୍ନ ରହିବା ପାଇଁ ଅନୁମତି ମିଳିନଥାଏ l ମହଲା ସାଧୁ ମାନେ ସିଲାଇ ହୋଇ ନଥିବା ଗୋଟିଏ ଗେରୁଆ ବସ୍ତ୍ର ପିନ୍ଧି ଥାଆନ୍ତି l ନିଜ ମସ୍ତକରେ ଲମ୍ବା ତିଳକ ଲଗାଇବା ଜରୁରୀ ଅଟେ l କୁମ୍ଭ ମେଳା ସମାପନ ହେବା ପରେ ସେମାନେ ନିଜ ଆଶ୍ରମ କୁ ଫେରି ଯାଆନ୍ତି l

Leave A Reply