Odisha news

ତାଲିବାନ ସହିତ ଭାରତର ନିବିଡ଼ତା କାହିଁକି ପାକିସ୍ଥାନ ପାଇଁ ହୋଇଛି କାଳ

0

୨୦୨୧ ମଧ୍ୟରେ ଆଫଗାନିସ୍ଥାନ ର ମନନ୍ଵିତ ହୋଇଥିବା  ସରକାର କୁ ହଟାଇ ତାଲିବାନ ଦେଶରେ ଶାସନ କରିଥିଲା, କିଛି ସମୟ ପୂର୍ବରୁ ଆମେରିକା ସେନା ଦେଶ ଛାଡି ଯାଇଥିଲେ, ତାଲିବାନ ର ଆତଙ୍କୀ ଇତିହାସ କୁ ଦେଖି ପାଖାପାଖି ସମସ୍ତ ଦେଶ ନିକଟରୁ ସେ ଦୂରତା କରି ନେଇଥିଲା, ଅର୍ଥାତ ସେ ଦେଶର ସରକାର କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା, ଭାରତ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ତାକୁ ଡିପ୍ଲୋମାଟିକ ସଂକେତ ଦେଇନାହିଁ, କିନ୍ତୁ ଏହା ସତ୍ୟ ଯେ ନିକଟରେ ଏହା ସହିତ ସେ ବନ୍ଧୁତା କରିଛି, କିନ୍ତୁ ବର୍ତମାନ ସାରା ବିଶ୍ୱର ଜାଣିବାକୁ ଆଗ୍ରହ ରହିଛି ଯେ ଭାରତ ମନରେ ତାଲିବାନ କୁ ନେଇ କଣ ଚାଲିଛି l

ଚାରି ବର୍ଷ ପୂର୍ବରୁ ଯେତେବେଳେ କାବୁଲ ର ରାଜ ପାଟ ତାଲିବାନ ହାତକୁ ଆସିଥିଲା, ଭାରତ ତା ସହିତ ଦୂରତା ରକ୍ଷା କରିଥିଲା, ସେତେବେଳେ ଭାରତ ଚିନ୍ତା ମଧ୍ୟ କରିନଥିଲା ଆଫଗାନିସ୍ଥାନ ସହିତ ତାର କେବେ ସମ୍ପର୍କ ଗଢି ଉଠିବ, ଏହାର ଆଉ ଗୋଟିଏ କାରଣ ଥିଲା ତାଲିବାନ ପାକିସ୍ଥାନ ର ନିକଟତର ଥିଲା, ୨୦୦୧ ରେ ଆଫଗାନିସ୍ଥାନ ରେ ଆମେରିକୀୟ ସୈନ୍ୟ ଯିବା ପରେ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ପୁନର୍ବାର ସମ୍ପର୍କ ରେ ସୁଧାର ଆସିଥିଲା, କିଛି ଦିନ ପୂର୍ବରୁ ଭାରତୀୟ ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ ଦୁବାଇ ରେ ଆଫଗାନିସ୍ଥାନ ର କାର୍ଯ୍ୟ ବାହକ ବିଦେଶ ମନ୍ତ୍ରୀ ଙ୍କ ସହିତ ସାକ୍ଷାତ କରି ଥିଲେ, ଯାହାକି ପାକିସ୍ଥାନ ର ଚକ୍ଷୁସୁଳ ହୋଇଛି ବୋଲି କୁହାଯାଉଛି l  ପାକିସ୍ତାନୀ ମିଡ଼ିଆ ରିପୋର୍ଟ ଅନୁସାରେ ଭାରତ ଓ ତାଲିବାନ ନିକଟତର ହେବା ଦ୍ୱାରା ପାକିସ୍ଥାନ ପ୍ରତି ବିପଦ ହୋଇପାରେ l
ତାଲିବାନ କିପରି ପାଇଲା ଆତଙ୍କୀ ସଂଗଠନ ର ନାମ –
ନବେ ଦଶକ ରେ ଏହି ସଂଗଠନ ଆଫଗାନିସ୍ଥାନ ର ରାଜଧାନୀ କାବୁଲ ଉପରେ କବ୍ଜା କରିଥିଲା, ଏଠାରୁ ଦେଶ ଉପରେ ଚରମପନ୍ଥୀ ନେତା ମାନଙ୍କର ଶାସନ ରହିଥିଲା, ମହିଳା ମାନଙ୍କୁ ବୁର୍ଖା ରେ ରହିବାକୁ  କୁହାଯାଇଥିଲା, ତାଲିବାନ ର ଆତଙ୍କ ଏଭଳି ବଢି ଯାଇଥିଲା ତାକୁ ଆତଙ୍କ ବାଦୀ ସଂଗଠନ ଭାବରେ ଘୋଷଣା କରାଯାଇ ଥିଲା l

Govt
Leave A Reply