Odisha news

କୋଲେଷ୍ଟ୍ରଲ ସହିତ ଓଜନ ହ୍ରାସ ପାଇଁ ଖୁବ ଉପଯୋଗୀ ଫ୍ଲାକ୍ସ ସିଡ୍ସ

0

ଫ୍ଲାକ୍ସ ସିଡ୍ସ ସୌନ୍ଦର୍ଯ୍ୟ ଠାରୁ ନେଇ ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ ଅଟେ l କିନ୍ତୁ ଏହାକୁ ଯଦି ଆପଣ ଖାଉଛନ୍ତି ତେବେ ଭାଜିକି ଖାଇବା ଜରୁରୀ l ଭଜା ଫ୍ଲାକ୍ସ ସିଡ୍ସ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ରୁ ମୁକ୍ତି ମିଳିଥାଏ l ଏହାକୁ ଅନେକ ଉପାୟ ରେ ନିଜ ଖାଦ୍ୟରେ ସାମିଲ କରିପାରିବେ l ଯେପରିକି ତେଲ ଭାବରେ, ସାଲାଡ଼ ରେ ଭାଜିକି ଖାଇ ପାରିବେ କିମ୍ବା ଓଟ୍ସ ସହିତ ମିଶାଇ ଖାଦ୍ୟ ପ୍ରସ୍ତୁତ କରି ଖାଇ ପାରିବେ l

ଫ୍ଲାକ୍ସ ସିଡ୍ସ ଥିବା ପୋଷାକ ତତ୍ୱ ଗୁଡିକ ହେଲା –
ଫାଇବର, ପ୍ରୋଟିନ, କପର , ଜିଙ୍କ ଭଳି ନିୟୁଟ୍ରିଏଣ୍ଟସ ରହିଛି l ଏବଂ ଏହା ଆଣ୍ଟିଇମ୍ଫ୍ଲlମେଟ୍ରି ଓ ଏନ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ଅଟେ l ଭଜା ଫ୍ଲାକ୍ସ ସିଡ୍ସ ବିଶେଷ ଭାବରେ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ l

ଫ୍ଲାକ୍ସ ସିଡ୍ସ ଭଜା ଖାଇବାର ଲାଭ –
* ଯଦି ଆପଣ ନିଜ କୋଲେଷ୍ଟ୍ରଲ କୁ ନେଇ ଚିନ୍ତିତ ଅଛନ୍ତି ତେବେ ନିୟମିତ କିଛି ମାତ୍ରାରେ ଫ୍ଲାକ୍ସ ସିଡ୍ସ କୁ ଭାଜି ସେବନ କରନ୍ତୁ l ପ୍ରତିଦିନ ସେବନ କଲେ ହାଇ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ l
* କିଛି ଲୋକ ଏଭଳି ରହି ଥାଆନ୍ତି ଯେଉଁମାନେ କି ସାମାନ୍ୟ କାମ କରିବା ଦ୍ୱାରା ଥକି ଯାଇ ଥାଆନ୍ତି , ଶରୀରରେ ଏନର୍ଜି ର କମ ରହିଥିଲେ ଏହାକୁ ସାମାନ୍ୟ ସ୍ଥିତିକୁ ଆଣିଥାଏ l ଏପରିସ୍ଥିତି ରେ ଫ୍ଲାକ୍ସ ସିଡ୍ସ ଭାଜିକି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ l

* ଶୀତଋତୁରେ ଓଜନ ବୃଦ୍ଧି ଗୋଟିଏ ବଡ଼ ସମସ୍ୟା, କାହିଁକିନା ଆମେ ଏହି ଋତୁରେ ତୈଳ ଯୁକ୍ତ ଖାଦ୍ୟ ଖାଇବାକୁ ଆମେ ପସନ୍ଦ କରିଥାଉ l ଯାହାଦ୍ୱାରା ଓଜନ ବଢିବା ଦେଖା ଦେଇଥାଏ l ତେଣୁ ନିୟମିତ ସକାଳୁ ଫ୍ଲାକ୍ସ ସିଡ୍ସ ଭଜା କିଛି ମାତ୍ରାରେ ସେବନ କରିବା ଦ୍ୱାରା ଓଜନ ହ୍ରାସ ରେ ସାହାଯ୍ୟ ମିଳିଥାଏ l

* ଫ୍ଲାକ୍ସ ସିଡ୍ସ ରେ ଫାଇବର ର ଭଲ ମାତ୍ରା ରହିଥାଏ, ଯଦି ଆପଣଙ୍କ ପେଟ ସଫା ହେଉନାହିଁ ଫ୍ଲାକ୍ସ ସିଡ୍ସ ଭଜା କିଛି ମାତ୍ରାରେ ସେବନ କରନ୍ତୁ l ଏହି ମଞ୍ଜି ପାଚନ ସମସ୍ୟା, ଗ୍ୟାସ ସମସ୍ୟା ଏବଂ ଏସିଡ଼ିଟି ସମସ୍ୟାରୁ ଆରାମ ଦେଇଥାଏ l

* ଫ୍ଲାକ୍ସ ସିଡ୍ସ ରେ ଓମେଗା 3 ଫ୍ୟାଟି ଏସିଡ ଭରପୁର ମାତ୍ରାରେ ରହିଥାଏ, ଯାହାକି ବ୍ରେନ କୁ ବୁଷ୍ଟ କରିବାରେ ସାହାଯ୍ୟ କରେ, ତେଣୁ ନିୟମିତ ସାକାଳୁ କିଛି ମାତ୍ରାରେ ଭଜା ଯାଇଥିଲା ଫ୍ଲାକ୍ସ ସିଡ୍ସ ସେବନ କରନ୍ତୁ l

Leave A Reply