Odisha news

ହିନ୍ଦୁ ବିବାହ କାର୍ଯ୍ୟରେ ପୁଅର ହୋମ କୁଣ୍ଡ ପରିକ୍ରମା କରିବା କାହିଁକି ଦେଖିନଥାଏ ମା ?

0

ବିବାହ ଭଳି ପବିତ୍ର ବନ୍ଧନରେ ଅନେକ ରୀତିନୀତି ରହିଛି, ଯାହାକି ହିନ୍ଦୁ ବୈଦିକ ରୀତିରେ ଗ୍ରହଣୀୟ ଅଟେ l ଏବଂ ବିଶେଷ କଥାଟି ହେଲା ବର ବଧୂ ହୋମ ର ପବିତ୍ର ଅଗ୍ନି କୁ ସାକ୍ଷୀ ରଖି ବିବାହ କରିଥାଆନ୍ତି l ଏବଂ ହିନ୍ଦୁ ବିବାହ ରେ ଅନେକ ରୀତିନୀତି ରହିଛି , ଏହିଭଳି ଗୋଟିଏ ନିୟମ ହେଉଛି ବରବଧୂ ହୋମ ର ପବିତ୍ର ଅଗ୍ନି କୁ ସାକ୍ଷୀ ରଖି ୭ଥର ପରିକ୍ରମା କରି ୭ଜନ୍ମ ର ସାଥି ହୋଇ ରହିବାର ପ୍ରତିଜ୍ଞା କରିଥାଆନ୍ତି l

କିନ୍ତୁ ଏହି କାର୍ଯ୍ୟକୁ କଦାପି ମା ଦେଖିବା ଉଚିତ ନୁହେଁ, କଣ ରହିଛି ଏହା ପଛର କାରଣ ଯେ ବିବାହର ବିଶେଷ କାର୍ଯ୍ୟରେ ମା ନିଜ ପୁଅ ସହିତ ରହିନଥାଏ l

କୁହାଯାଏ ଯେ ବିବାହ ରେ ଏହି ପରମ୍ପରା ର ପ୍ରଚଳନ ମୋଗଲ ଶାସନ କାଳରୁ ରହିଆସିଛି l ଏହା ପୂର୍ବରୁ ଏହି ପରମ୍ପରା କୁ ନେଇ କୌଣସି ପ୍ରମାଣ ନଥିଲା l କୁହାଯାଏ ଯେ ମୋଗଲ ଶାସନ ସମୟରେ ହିନ୍ଦୁ ବିବାହ କାର୍ଯ୍ୟରେ ଯଦି ସମସ୍ତେ ଘର ଛାଡି ଯାଉଥିଲେ ତେବେ ଅଧିକ ଚୋରି ଡକାୟତି ହେଉଥିଲା l ତେଣୁ ଘରକୁ ସୁରକ୍ଷା ଦେବା ପାଇଁ ମହିଳାମାନେ ଘର ଜଗି ରହୁଥିଲେ ଚୋର ଓ ତସ୍କର ଙ୍କ ଠାରୁ ରକ୍ଷା ପାଇବା ପାଇଁ l

ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ବିବାହ ଗୋଟିଏ ଶୁଭ କାର୍ଯ୍ୟ, ଏବଂ ବିଭାଘର ଯେଉଁଠାରେ ହେଉଥାଏ ସେହି ସ୍ଥାନକୁ ଖାଲି ଛାଡି ଯିବା ଉଚିତ ନୁହେଁ, କାହିଁକିନା ଯେଉଁ ସ୍ଥାନରେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ସେହି ସ୍ଥାନରେ କେହି ଜଣେ ରହିବା ଜରୁରୀ ଅଟେ, ତେଣୁ ମା ଉପସ୍ଥିତ ରହିଥାଏ l

ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ଯେତେବେଳେ ବିବାହ ସମ୍ପନ୍ନ ହୋଇଥାଏ ପୁଅ ନୂଆ ବଧୂ କୁ ଧରି ଗୃହ କୁ ପ୍ରବେଶ କରିଥାଏ, ଏବଂ ଏହି ପ୍ରବେଶ ସମୟରେ ମା ଉପସ୍ଥିତ ରହିଥାଏ ନିଜ ପୁଅ-ବୋହୁ ଙ୍କ ସ୍ୱାଗତ ପାଇଁ l  ତେଣୁ ମା ପୁଅର ବିବାହ କାର୍ଯ୍ୟ ରେ ବରଯାତ୍ରୀ ହୋଇ ଯାଇନଥାଏ l

Leave A Reply