ରାମାୟଣ କଥା ଅନୁସାରେ ମା ସୀତାଙ୍କ ଉତ୍ପତି ଧରଣୀ ରୁ ହୋଇଛି, ଏବଂ ରାଜା ଜନକ ତାଙ୍କର ପାଳନ ପୋଷଣ କରିଛନ୍ତି, ତେଣୁ ତାଙ୍କ ପିତା ହେଉଛନ୍ତି ରାଜା ଜନକ l କିନ୍ତୁ ଅଦ୍ଭୁତ ରାମାୟଣ ର ରଚନା ଅନୁସାରେ ମାତା ସୀତା ରାବଣ ଓ ମନ୍ଦୋଦରୀ ଙ୍କ କନ୍ୟା ଅଟନ୍ତି l ଯାହାଙ୍କୁ ରାବଣ ଜନ୍ମ ପରେ ସମୁଦ୍ର ରେ ଫୋପାଡ଼ି ଦେଇଥିଲା l ଅଦ୍ଭୁତ ରାମାୟଣ ର ଗୋଟିଏ ପ୍ରସଙ୍ଗ ଅନୁସାରେ ଦଣ୍ଡକାରଣ୍ୟ ରେ ଗ୍ରୁତସ୍ମଦ ନାମକ ଜଣେ ବ୍ରାହ୍ମଣ ମା ଲକ୍ଷ୍ମୀଙ୍କୁ କନ୍ୟା ଭାବରେ ପାଇବା ପାଇଁ ଚାହୁଁଥିଲେ l
ସେଥିପାଇଁ ସେ ବ୍ରାହ୍ମଣ ପ୍ରତିଦିନ ଗୋଟିଏ କଳସ ରେ କୁଶ ର ଅଗ୍ରଭାଗ ରୁ ମନ୍ତ୍ର ଉଚ୍ଚାରଣ କରି ଦୁଗ୍ଧ ବୁନ୍ଦା କଳସ ରେ ସମର୍ପିତ କରୁଥିଲା l ଏହି ସମୟ ରେ ଦେବତା ଓ ଅସୁର ଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା l ଏବଂ ଏହି ଯୁଦ୍ଧ ସମୟ ରେ ରାବଣ ସେହି ବ୍ରାହ୍ମଣଙ୍କ କୁଟୀର ରେ ପହଂଚି ଯାଇଥିଲା, କିନ୍ତୁ ସେଠାରେ ବ୍ରାହ୍ମଣ ଗ୍ରୁତ୍ସ୍ମଦ ସେଠାରେ ନଥିଲେ l ଏବଂ ରାବଣ ସେଠାରେ ଉପସ୍ଥିତ ଥିବା ଅନ୍ୟ ରୁଷି ମୁନୀ ଙ୍କୁ ମାରି ତାଙ୍କର ରକ୍ତ ସେହି କଳସ ରେ ଭରି ଦେଇଥିଲା l
ଏହାପରେ ରାବଣ ସେହି କଳସ କୁ ନେଇ ଲଙ୍କା ଚାଲି ଯାଇଥିଲା ଏବଂ ପତ୍ନୀ ମନ୍ଦୋଦରୀ ଙ୍କୁ ଦେଇ କହିଥିଲା ସମ୍ଭାଳିକି ରଖିବା ପାଇଁ l ଯେତେବେଳେ ମନ୍ଦୋଦରୀ ପଚାରିଲେ ଏଥିରେ କଣ ଅଛି ରାବଣ ସବୁ କହିଥିଲା l ଏହାପରେ ରାବଣ ବିହାର କରିବା ପାଇଁ ସ୍ଵହାଦି ପର୍ବତ କୁ ଚାଲି ଯାଇଥିଲା l ଏହି ସମୟ ରେ ମନ୍ଦୋଦରୀ ଅସନ୍ତୋଷ ହୋଇ ଉକ୍ତ କଳସ ରେ ଥିବା ପଦାର୍ଥ କୁ ସେବନ କରିଥିଲେ ଏବଂ କିଛି ସମୟ ପରେ ଗର୍ଭବତୀ ହୋଇଗଲେ l
ଏବଂ ଯେତେବେଳେ ମନ୍ଦୋଦରୀ ଜାଣି ପାରିଲେ ସେ ଗର୍ଭବତୀ ଅଛନ୍ତି, ଉକ୍ତ ଭୃଣ କୁ ପେଟ ରୁ ବାହାର କରି ଗୋଟିଏ ମାଠିଆରେ ବନ୍ଦ କରି ରଖିଦେଲେ l ଏବଂ କେହି ଯେପରି ନଜାଣିବେ ସେହିଭଳି ଲୁଚାଇ ନେଇ ମିଥିଳା ର ଭୂମି ରେ ଲୁଚାଇ ପୋତି ଦେଇ ଆସିଲେ l ଏହିଭଳି ମା ସୀତା ରାବଣର କନ୍ୟା