ତିହିଡି,୧୨/୦୧(ଯଦୁମଣି ପାଣିଗ୍ରାହୀ) ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, ଦିବ୍ୟଭୂମିରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୫୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପ୍ରକଳ୍ପଗୁଡିକ ମଧ୍ୟରେ ମାନବ ସୃଷ୍ଟିର ରହସ୍ୟ, ବର୍ଷାଜଳ ସଂରକ୍ଷଣ, ଭୂମିକମ୍ପର ପ୍ରାରମ୍ଭ ସୂଚନା, ଯାନବାହନ ଦୁର୍ଘଟଣାର ପ୍ରାରମ୍ଭିକ ସୂଚନା, ଧାନ ପରିଷ୍କାର ଅମଳ ପାଇଁ ସହଜ ଉପାୟରେ ପବନ ବ୍ୟବହାର ସଦୃଶ ଯନ୍ତ୍ର, ବିନା ସୂଚନାରେ ପ୍ରବେଶ କଲେ ସତର୍କ ଘଣ୍ଟି, ବାୟୁ ପ୍ରଦୂଷଣ ରୋକିବା, ସମସ୍ତ ରୋଗର ନିରାକରଣ ଲାଗି ଔଷଧ ପ୍ରସ୍ତୁତ ଆଦି ଅନ୍ତର୍ଭୁକ୍ତ ଥିଲା । ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟ କର, ମୁଖ୍ୟ ବକ୍ତାଭାବେ ବିଜ୍ଞାନ ଶିକ୍ଷକ ଧନେଶ୍ୱର ସାହୁ, ସମ୍ମାନୀତ ଅତିଥିଭାବେ ସାହିତି୍ୟକ ତଥା ବିଜ୍ଞାନ ଶିକ୍ଷକ ରାମକୃଷ୍ଣ ରାଉତ, ଟ୍ରଷ୍ଟି ମୁଖ୍ୟ ହରିହର ସେନାପତି, ସମ୍ପାଦକ ଶିକ୍ଷାବିତ୍ ନୃସିଂହ ଚରଣ ମହାକୁଡ ପ୍ରମୁଖ ମଞ୍ଚାସୀନ ହୋଇ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । କଳା ଶିକ୍ଷକ ନିତ୍ୟାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ପାର୍ଥସାରଥି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବି·ରକଭାବେ ଶିକ୍ଷକ ବିପ୍ଳବ କୁମାର ପହି, ରାମକୃଷ୍ଣ ରାଉତ ଓ ଧନେଶ୍ୱର ସାହୁ କୁନି ବୈଜ୍ଞାନିକମାନଙ୍କର ପ୍ରକଳ୍ପଗୁଡିକୁ ଯାଞ୍ଚ କରିଥିଲେ । ମଞ୍ଜୁଳା ମିଶ୍ର, ବାସନ୍ତୀଲତା ଦାସ, ଭଗବତୀ ପଣ୍ଡା, ମିନତୀ କର, ମିନତୀ ନାୟକ, ସତ୍ୟଭାମା ଜେନା, ସରସ୍ୱତୀ ପାଣିଗ୍ରାହୀ, ପ୍ରିତୀନନ୍ଦା ନାୟକବର୍ମା, ଭାରତୀ ପାଣିଗ୍ରାହୀ, ଅନୁରାଧା ରାୟ, ଅଜୟ ପତି, ଅଶୋକ ସାମଲ, ସଞ୍ଜୟ ନାୟକ,ସଞ୍ଜିବ ପଣ୍ଡା, ଗଙ୍ଗାଧର ବେହେରା, ଅନନ୍ତ ପ୍ରସାଦ ତ୍ରିପାଠୀ, ରାହାସ ବିହାରୀ ବଳ, ରବିନ୍ଦ୍ର ବେହେରା, ଅମଳେନ୍ଦ୍ର ନାୟକ, ସୁଧାଂଶୁ ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ପରି·ଳନା କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ବରିଷ୍ଠ ବିଭାଗର ୩ ଜଣ ଓ କନିଷ୍ଠ ବିଭାଗର ୩ ଜଣଙ୍କୁ ଆଗାମୀ ବାର୍ଷିକ ଉତ୍ସବରେ ପୁରଷ୍କୃତ କରାଯିବ ବୋଲି ସୂଚନା ମିଳିଛି ।