ସ୍ୱାମୀ ବିବେକାନନ୍ଦ ଗୋଟିଏ ଧାରାରେ ଜଣେ ସନ୍ଥ, ଦାର୍ଶନିକ ସମାଜ ସେବୀ, ଏବଂ ମହାପୁରୁଷ l ତାଙ୍କ ବ୍ୟକ୍ତିତ୍ୱ ର ପ୍ରତ୍ୟେକ ଭାଗ ଜୀବନ କୁ ନୂତନ ଦିଗଦର୍ଶନ କରାଇଥାଏ l ଭାରତର ସନାତନ ଧର୍ମକୁ ବିଶ୍ୱ ଦରବାର ରେ ପ୍ରତିଷ୍ଠା ଦେବାରେ ବିବେକାନନ୍ଦ ପିଲାଟି ଦିନରୁ ଜଣେ ବହୁ ପ୍ରତିଭାଷାଳୀ ବ୍ୟକ୍ତି ଥିଲେ l ବିବେକାନନ୍ଦ ଗରିବ ଙ୍କ ସେବା ଈଶ୍ୱର ଙ୍କ ସେବା ବୋଲି ଜୀବନ ମନ୍ତ୍ର ଭାବରେ ଗ୍ରହଣ କରିଥିଲେ lସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଆଜିର ଦିନରେ ଅର୍ଥାତ ଜାନୁଆରୀ ୧୨ ତାରିଖ ୧୮୬୩ ରେ କୋଲକାତା ଠାରେ ହୋଇଥିଲା l ୧୯୮୫ ଠାରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ ତାରିଖ କୁ ଜାତୀୟ ଯୁବା ଦିବସ ଭାବେ ପାଳନ କରାଯାଇ ଥାଏ l ସ୍ୱାମୀ ବିବେକାନନ୍ଦ ଙ୍କୁ ଭାରତୀୟ ସଂସ୍କୃତି ର ମହାନାୟକ ବୋଲି କୁହାଯାଇ ଥାଏ l ଏବଂ ସେହି ସପ୍ତାହ କୁ ରାଷ୍ଟ୍ରୀୟ ଯୁବା ସପ୍ତାହ ଭାବରେ ପାଳନ କରାଯାଇଥାଏ lବିବେକାନନ୍ଦ ପିଲାଟି ଦିନରୁ ଆଧ୍ୟାତ୍ମିକ ପିପାସୀ ଥିଲେ l
ଛୋଟ ବେଳରୁ ଧର୍ମ , ଆଧ୍ୟାତ୍ମିକ ବାଦ ପ୍ରତି ନରେନ୍ଦ୍ର ଖୁବ ଆକର୍ଷିତ ଥିଲେ l ମାତା ଭୁବନେଶ୍ୱରୀ ଦେବୀ ତାଙ୍କୁ ସ୍ନେହ ରେ ବୀରେଶ୍ୱର କହୁଥିଲେ l କିନ୍ତୁ ନାମକରଣ ସଂସ୍କାର ସମୟ ରେ ତାଙ୍କ ନାମ ନରେନ୍ଦ୍ର ରଖାଯାଇ ଥିଲା l ବଙ୍ଗାଳି ପରିବାର ରେ ଜନ୍ମିତ ନରେନ୍ଦ୍ର ପିଲାଟି ଦିନରୁ ଆଧ୍ୟାତ୍ମିକ ପିପାସୁ ଥିଲେ lପ୍ରାଥମିକ ଶିକ୍ଷା ଗ୍ରହଣ ସମୟ ରେ ବିବେକାନନ୍ଦ ଇଂରାଜୀ ଭାଷାରେ ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ l ତାଙ୍କର ସ୍ମରଣ ଶକ୍ତି ଖୁବ ପ୍ରଖର ଥିଲା l ବଡ଼ ହେବା ପରେ ଗୁରୁ ପରମହଂସ ଙ୍କ ସହିତ ସାକ୍ଷାତ ତାଙ୍କ ଜୀବନ କୁ ନୂଆ ମୋଡ଼ ଦେଇଥିଲା l ଯାହାଦ୍ୱାରା ସେ ଆଧ୍ୟାତ୍ମିକ ବାଦ ର ଆହୁରି ନିକଟତର ହୋଇଥିଲେ lବିଦେଶ ରେ ଭାରତୀୟ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ସ୍ୱାମୀ ବିବେକାନନ୍ଦ ଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ ଅଟେ l ୧୧ ସେପ୍ଟେମ୍ବର ୧୮୯୩ ରେ ବିବେକାନନ୍ଦ ଙ୍କ ଚିକାଗୋ ରେ ଅନୁଷ୍ଠିତ ବିଶ୍ୱ ଧର୍ମ ସଭା ର ଭାଷଣ ପ୍ରତ୍ୟେକ ବିଶ୍ୱବାସୀ ଙ୍କ ମନକୁ ଦୋହଲାଇ ଦେଇଥିଲା l ଯାହା ଆଜି ମଧ୍ୟ ବିଶ୍ୱ ଇତିହାସ ରେ ରହିଛି ଜୀବିତ ହୋଇ l ତାଙ୍କର ଏହି ଚେତନା ତାଙ୍କୁ ବିଶ୍ୱ ଦରବାର ରେ ବିବେକାନନ୍ଦ ର ପରିଚୟ ଦେଇଥିଲା l