Odisha news

ମଙ୍ଗଳପୁର ପଞ୍ଚାୟତରେ ‘ଅର୍ପଣ ରଥ’ ପରିକ୍ରମା

0

ତିହିଡ଼ି, ୧୨.୦୧(ଯଦୁମଣି ପାଣିଗ୍ରାହୀ) ଜୟଜଗନ୍ନାଥ ଧ୍ୱନି ଓ ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ଗାଁ ଗଣ୍ଡା । ହରିନାମ ସଂକିର୍ତ୍ତନର ତାଳେ ତାଳେ ମସଗୁଲ ଗ୍ରାମବାସୀ । ପୂରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବ ଲାଗି ‘ଅର୍ପଣ ରଥ’ ରାଜ୍ୟର ସମସ୍ତ ଗାଁ ଗଣ୍ଡାରେ ପରିକ୍ରମା କରିବା ସହିତ ପ୍ରତି ଘରୁ ପ୍ରତି ଦୁଇ ମୁଠା ·ଉଳ ଓ ଦୁଇଟି ଗୁଆ ସଂଗ୍ରହ କରୁଛି । ସବୁଠି ମିଳୁଛି ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା । ଉକ୍ତ ପବିତ୍ର ସାମଗ୍ରୀ ପର୍ଯ୍ୟାୟକ୍ରମେ ବ୍ଲକ ଓ ଜିଲ୍ଲାଦେଇ ପୂରୀ ଶ୍ରୀମନ୍ଦିରକୁ ଯିବ । ଏନେଇ ହରିନାମ ସଂକୀର୍ତ୍ତନ ସହ ଜୟଜଗନ୍ନାଥ ଓ ଶଙ୍ଖ ହୁଳହୁଳିରେ ଧ୍ୱନିରେ ଫାଟି ପଡୁଛି ଗାଁ ଦାଣ୍ଡ । ଏହି ମର୍ମରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ଏହି ଅର୍ପଣ ରଥ ଦୁଇଦିନ ଧରି ପରିକ୍ରମା କରି ଆଜି ଶେଷ ହୋଇଛି । ପ୍ରଥମ ଦିନରେ କନାଟିଆ ଓ ମଙ୍ଗଳପୁର ଗ୍ରାମରେ ପରିକ୍ରମା କରିବା ପରେ ଶୁକ୍ରବାର ସକାଳୁ କମାରିଆ, ଗନ୍ଧର୍ବପୋଖରୀ, ସନ୍ଥପୁରା ଆଦି ଗ୍ରାମ ପରିକ୍ରମା କରିଛି । ସବୁଠୁ ବଡ କଥା ହେଉଛି ଶୁକ୍ରବାର ଏହି ‘ଅର୍ପଣ ରଥ’ ଗନ୍ଧର୍ବପୋଖରୀରେ ପହଁଞ୍ଚôବା ପରେ ଶହଶହ ଆବାଳ-ବୃଦ୍ଧ-ବନିତା ଶଙ୍ଖ ହୁଳହୁଳିରେ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ହନୁମାନ ମନ୍ଦିର ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ‘ଅର୍ପଣ ରଥ’କୁ ·ଉଳ ଓ ଗୁଆ ପ୍ରଦାନ କରିଥିଲେ । ସଂକୀର୍ତ୍ତନ ଦଳଙ୍କ ସମେତ ମହିଳାମାନେ ହରିନାମ ସହ ଜୟ ଜଗନ୍ନାଥ ଧ୍ୱନି ଦେଇଥିଲେ । ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କାଙ୍କ ସମେତ ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି ପ୍ରମୁଖଙ୍କ ସମେତ ବହୁ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ ।

Leave A Reply