SBI ନିଜ ଗ୍ରାହକ ମାନଙ୍କୁ କଲା ସାବଧାନ : ଭୁଲ୍ ରେ ମଧ୍ୟ ଏହି ଆପ୍ସର ବ୍ୟବହାର କରନ୍ତୁ ନାହିଁ ,ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ୍ ଖାତା
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କୁ ଚେତାଇ ଦେଇଛି ଯେ ଅନଧିକୃତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଆସୁଥିବା ଲୋନ ସ୍କିମ ଗୁଡିକର ଚକରରେ ନପଡନ୍ତୁ l SBI ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସିକ୍ୟୁରିଟି ଟିପ୍ସ ଜାରିକରି ଗ୍ରାହକ ମାନଙ୍କୁ ସଚେତନ ରହିବ ପାଇଁ ପରାମର୍ଶ ଦେଇଛି l ସେ ନିଜ ଗ୍ରାହକ ମାନଙ୍କୁ ଏହିଭଳି ଆପ୍ସ ଠାରୁ ଦୁରେଇ ରହିବାର ଉପାୟ ବତାଇଛି l
SBI ମଝିରେ ମଝିରେ ମଝିରେ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ବ୍ୟାଙ୍କର ସ୍କିମ ବ୍ୟତୀତ ଅଧିକାଂଶ ମହତ୍ୱପୂର୍ଣ୍ଣ ସୂଚନା ବିଷୟରେ ସୂଚିତ କରିଥାଏ l SBI ଏପରି ଗୋଟିଏ ସମୟରେ ନିଜର ଗ୍ରାହକ ମାନଙ୍କୁ ଜାଗ୍ରତ କରିଛି ଯେଉଁ ସମୟରେ ଲୋକ ମାନଙ୍କୁ ଧୋକାବାଜି କରିବା ପାଇଁ ବିଭିନ୍ନ ପ୍ରକାରର ଫୋନ କଲ ଦ୍ୱାରା ଚେଷ୍ଟା କରାଯାଉଛି l
SBI ପକ୍ଷରୁ ଜାରି କରାଯାଇଛି ସଚେତନ ମୂଳକ ସୂଚନା –
SBI ନିଜର ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛି ଯେ “ଧୋକାଧାରୀ ଲୋନ ଆପ୍ସ ଠାରୁ ସାବଧାନ ରୁହନ୍ତୁ l ଦୟାକରି କୌଣସି ପ୍ରକାରର ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ଯାହା ଅନଧିକୃତ ଅଟେ ଓ ଆପଣ ଏପରି କୌଣସି ତଥ୍ୟ କୌଣସି ଆପ୍ସରେ ଦର୍ଜ କରନ୍ତୁ ନାହିଁ ଯାହା ଦ୍ୱାରା SBI କିମ୍ବା ଅନ୍ୟ ବ୍ୟାଙ୍କରେ ସୂଚିତ କରାଯାଇଛି l ”
SBI ଅନୁସାରେ ଅଗୁଡ଼ି ଏପରି ଲିଙ୍କ ଅଟେ ଯାହାଦ୍ୱାରା ୟୁଜରଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇପାରେ l ଦେଶର ସବୁଠୁ ବଡ଼ ବ୍ୟାଙ୍କ ପକ୍ଷରୁ ଏକ ଲିଙ୍କ ମଧ୍ୟ ସେୟାର କରାଯାଇଛି ,ଯେଉଁଥିରେ ଗ୍ରାହକ ମାନେ ସେମାନଙ୍କର ସମସ୍ତ ଆର୍ଥିକ ଅବଶକୀୟ ପ୍ରଶ୍ନର ଉତର ପାଇ ପାରିବେ l ଏହା ସହିତ SBI ପକ୍ଷରୁ କିଛି ସଚେତନ ମୂଳକ ସୂଚନା ମଧ୍ୟ ଜାରି କରାଯାଇଛି l
SBI ଯେଉଁ ସଚେତନ ମୂଳକ ସୂଚନା ଜାରି କରିଛି ସେଗୁଡିକ ଏହି ପରି –
* ଯାହା ଅଫରରେ ରହିଛି ସେଥିପାଇଁ ନିୟମ ଓ ସର୍ତକୁ ଯାଞ୍ଚ କରନ୍ତୁ l
* କୌଣସି ସନ୍ଦେହ ଜନକ ଲିଙ୍କ୍ କୁ କ୍ଲିକ କରିବାରୁ ଦୁରେଇ ରୁହନ୍ତୁ l କୌଣସି ଆପ୍ସକୁ ଡାଉନଲୋଡ଼ କରିବା ପୂର୍ବରୁ ତାର ବିଶ୍ୱସନୀୟତାକୁ ଯାଞ୍ଚ କରନ୍ତୁ l
* ଆପଣଙ୍କର ସମସ୍ତ ଆର୍ଥିକ ବଶ୍ୟକ ପାଇଁ ଏହି ଲିଙ୍କ୍ କୁ କ୍ଲିକ କରନ୍ତୁ –
https://bank.sbi for all your financial needs
RBI ମଧ୍ୟ ଦେଇଛି ଚେତାବନୀ –
ବ୍ୟାଙ୍କ ,ନନ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଗୁଡିକ ଯାହା RBI ସହିତ ପଂଜିକୃତ ହୋଇଛି ,ସେମାନଙ୍କ ପକ୍ଷରୁ ଆଇନଗତ ଭାବରେ ଲୋନ ବିଷୟରେ ସୂଚିତ କରାଯାଇ ପରେ l ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ସହିତ ପଂଜିକୃତ ହୋଇଥିବା ଋଣର ତଥ୍ୟ ମଧ୍ୟ ଦିଆଯାଇ ପରେ l ଗତ ମାସରେ RBI ଜନସାଧାରଣଙ୍କୁ ଓ ଛୋଟ ଉଦ୍ୟଗ ଗୁଡିକୁ ସତର୍କ କରାଇଥିଲା l SBI କହିଥିଲା କୌଣସି ପ୍ରକାରର ଅନଧିକୃତ ଡିଜିଟାଲ ପ୍ଲାଟଫର୍ମରେ ଢୀକବାଜିର ଶିକାର ହେବାରୁ ଦୁରେଇ ରୁହନ୍ତୁ l
RBI ଅନୁସାରେ ଏହି ପ୍ଲାଟଫର୍ମରେ ଯେଉଁ ଋଣ ବିଷୟରେ ସୂଚିତ କରାଯାଉଛି ,ତାହାର ସୁଧ ହାର ଅଧିକ ରହିଥାଏ ,ଅଧିକାଂଶ ପ୍ରକାରର ଦେୟକୁ ଲୁଚା ଯାଇଥାଏ ,ଋକଭରୀ କରିବାର ଉପାୟ ଏପରି ରହିଥାଏ ଯେ ଯାହାକୁ ସ୍ୱୀକାର କରିବା ଅସମ୍ଭବ ଅଟେ ଓ ତାସାହିତ ଏହି ଋଣ ନେଉଥିବା ବ୍ୟକ୍ତି ମାନଙ୍କ ତଥ୍ୟ ମୋବାଇଲ ଫୋନ ଜରିଆରେ ସଂଗ୍ରହ କରାଯାଇ ତାହାକୁ ଭୁଲ ବାଟରେ ପ୍ରୟୋଗ କରାଯାଇଥାଏ l
RBI ପକ୍ଷରୁ କୁହାଯାଇଛି ଗ୍ରାହକ ମାନେ ନିଜର KYC ଡକୁମେଣ୍ଟର କପି ନିଶ୍ଚିନ୍ତ ଭାବରେ ସେୟାର କରିବା ଆବଶ୍ୟକ l SBI ପକ୍ଷରୁ କୁହାଗଲାକି ସେ ନିଜର ଗ୍ରାହକ ମାନଙ୍କୁ ଧୋକାବାଜିର ଶିକାର ହେବାକୁ ନେଇ ମଝିରେ ମଝିରେ ସତର୍କ କରୁଛି l