Odisha news

ଗଂଗାପୁରରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କଲେ ବିଧାୟିକା ଲତିକା ପ୍ରଧାନ

0
କବିସୂର୍ଯ୍ୟନଗର (୨୯/୦୧/୨୦୨୧) ସୁଶାନ୍ତ କୁମାର ପଟ୍ଟନାୟକ : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗଂଗାପୁର ଠାରେ ୨୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏହି ପ୍ରକଲ୍ପର ଶୁଭ ଉଦ୍ଘାଟନ କରିବା ସହ ଗ୍ରାମର ପ୍ରତି ପରିବାରକୁ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ଵାରୋପ କରିଛନ୍ତି।ଏହି ପ୍ରକଲ୍ପ କାର୍ଯ୍ୟକାରୀ ହେବା ପରେ ଶତ ପ୍ରତିଶତ ପରିବାର ପାନୀୟ ଜଳ ପାଇବେ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ ।ଦୀର୍ଘ ଦିନ ଧରି ଏଠାରେ ପିଇବା ପାଣି ପାଇଁ ଅସୁବିଧା ଥିବା ବେଳେ ଏବେ ଏହି ପ୍ରକଲ୍ପ ହେବା ପରେ ଲୋକକଂ ଅସୁବିଧା ଦୂର ହେବ ବୋଲି ସେ କହିଛନ୍ତି। ଶୁକ୍ରବାର ଗଂଗାପୁର ଠାରେ ଯୁବ ନେତା ତଥା ଗଂଗାପୁର ସମିତି ସଭ୍ୟ ପ୍ରଦୀପ ଗୌଡ଼କଂ ତତ୍ବାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ବିଧାୟିକାଙ୍କ ସହ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଟି. ଭାରତୀ ପ୍ରଧାନ, ସରପଞ୍ଚ ନିରଞ୍ଜନ ଗୌଡ଼,ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ଜୟ ବଜରଗଂ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ମଧ୍ୟ ଉଦଘାଟନ କରିଥିଲେ ବିଧାୟିକା।ଏହି କାର୍ଯ୍ୟକ୍ରମରେ ସିନେ ତାରକା ଶୁଭାଶିଷ ଶର୍ମା (ମଣ୍ଟୁ)ଓ ସୂର୍ଯ୍ୟନାରାୟଣ ଦୋରା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ପ୍ରତିଟି କ୍ରିକେଟ ଟିମକୁ ସୌହାର୍ଯ୍ୟପୂଣ୍ଣ ବାତାବରଣରେ ତଥା ଭାଇଚାରା ବଜାୟ ରଖି ଖେଳନ୍ତୁ ବୋଲି କହିଥିଲେ ବିଧାୟିକା।
Govt
Leave A Reply