ବୋରିଗୁମ୍ମା (କେ.ସାକିଲି ଦୋରା) : — ବୋରିଗୁମ୍ମା ପୋଲିସ ପକ୍ଷରୁ ଏକ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିଲା। ୩୨ ତମ ରାଷ୍ଟ୍ରୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ ଜେ ଏମ ସି କମ୍ପାନୀ ସହଯୋଗ ରେ ସଡକ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଥିଲା। ଜେ ଏମ ସି କମ୍ପାନୀ ର କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ସହର ମଧ୍ୟରେ ଏକ ସଡକ ସଚେତନତା ନେଇ ଏକ ରାଲି କରିଥିଲେ। ବାଇକ ରେ ଦୁଇ ଜଣ ଗଲେ ଦୁଇ ଜଣ ହେଲମେଟ ପିନ୍ଧିବା ଜରୁରୀ ବୋଲି କହିଥିଲେ।
ଯେଉଁମାନେ ହେଲମେଟ ପିନ୍ଧୁଥିଲେ ସେମାନଙ୍କୁ ଚକଲେଟ ଓ ଗୋଲାପ ଫୁଲ ଦେଇ ସ୍ୱାଗତ କରୁଥିଲେ। ବିନା ହେଲମେଟ ରେ ଯାତ୍ରା କରୁଥିବା ବାଇକ ଆରୋହି ଙ୍କୁ ହେଲମେଟ ପିନ୍ଧିବା ସକାଶେ ସଚେତନ କରୁଥିଲେ। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ଅନ୍ୟ ପୋଲିସ କର୍ମଚାରୀ ଯଥା ଏସ ଆଇ ଶ୍ରୀକାନ୍ତ ସାହୁ,ଏସ ଆଇ ସୁଜାତା ବୁଡେକ, ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ସାହୁ, ସଞ୍ଜୟ ମଣ୍ଡଳ ଓ ଅନ୍ୟ ମାନେ ସଡକ ସୁରକ୍ଷା ସପ୍ତାହରେ ରେ ଉପସ୍ଥିତ ଥିଲେ।