Odisha news

ସାଲେପୁର ଶ୍ରୀରାମ ନର୍ସିଂହୋମ୍ରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ନର୍ସିଂହୋମ୍ ସିଲ୍

0

ସାଲେପୁର : ସାଲେପୁରର ଏକ ଘରୋଇ ନର୍ସିଂହୋମ୍ରୁ ଜଣେ ପ୍ରସୂତି ମହିଳା କରୋନା ପଜିଟିଭ୍ ବାହାରିବା ପରେ ସାଲେପୁର ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ପ୍ରଶାସନ ପକ୍ଷରୁ ଆଜି ଉକ୍ତ ନର୍ସିଂହୋମକୁ ସିଲ୍ କରାଯିବା ସହ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ୪୦ଜଣଙ୍କୁ ଚିହ୍ନଟ କରାଯାଇଥିବା ଜଣାଯାଇଛି ।

ଖବରରୁ ପ୍ରକାଶ ଯେ ଗତ ୨୬ତାରିଖ ଦିନ ସାଲେପୁର ଅଞ୍ଚଳର ସପନପୁର ଗ୍ରାମରେ ଥିବା ଶ୍ରୀରାମ ନର୍ସିଂହୋମ୍କୁ  କଙ୍କରାଇଲୋ ଗ୍ରାମର ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଆସିଥିଲେ । ଉକ୍ତ ଦିନ ସଂପୃକ୍ତ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଉକ୍ତ ଦିନ ଠାରୁ ମହିଳାଙ୍କ ଠାରେ କରୋନାର ଲକ୍ଷଣ ଦେଖାଯିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ସ୍ୱାବ୍ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ଆଜି ସଂପୃକ୍ତ ମହିଳାଙ୍କ ରିପୋର୍ଟ ପଜିଟିଭ୍ ଆସିବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅପର ପକ୍ଷରେ ଆଜି ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓ ଉକ୍ତ ନର୍ସିଂହୋମ୍ରେ ପହଞ୍ଚô ଉକ୍ତ ନର୍ସିଂହୋମ୍କୁ ସିଲ୍ କରିଥିବାବେଳେ ତାହାର ଆଖପାଖରେ ଥିବା ଔଷଧ ଦୋକାନ ଓ ଅନ୍ୟାନ୍ୟ ଦୋକାନକୁ ୭୨ଘଣ୍ଟା ପାଇଁ ସିଲ୍ କରିଥିବା ତହସିଲଦାର ପ୍ରକାଶ କରିଛନ୍ତି । ସେହିପରି ପ୍ରଶାସନ ପକ୍ଷରୁ ଏହି ନର୍ସିଂହୋମ୍ ଓ ଆଖପାଖ ଅଞ୍ଚଳରେ ସାନିଟାଇଜିଂ ମଧ୍ୟ କରାଯାଇଛି ।

ସେହିପରି ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣ ନର୍ସିଂହୋମ୍ର କର୍ମଚାରୀଙ୍କ ସମେତ ଉକ୍ତ ନର୍ସିଂହୋମ୍ରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କ ସମେତ ତାଙ୍କ ସଂପର୍କୀୟଙ୍କୁ ମିଶାଇ ମୋଟ୍ ୪୦ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାପାଇଁ ପରାମର୍ଶ ଦିଆଯାଇଛି । ଅପର ପକ୍ଷରେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ  ୨ଜଣ ଡାକ୍ତର ଏହି ପ୍ରସୂତି ମହିଳାଙ୍କ ପ୍ରସବ କରାଇଥିବା ଶୁଣିବାକୁ ମିଳୁଛି । ସଂପୃକ୍ତ ଡାକ୍ତରମାନେ କୁଆଡେ ୨୬ତାରିଖ ପରେ ବିଭିନ୍ନ ବେସରକାରୀ ନର୍ସିଂହୋମ୍ରେ ରୋଗୀମାନଙ୍କୁ ଚିକିତ୍ସା କରିଛନ୍ତି ।

ଯଦି ଶୁଣାକଥା ସତ୍ୟ ହୋଇଥାଏ, ତେବେ ସାଲେପୁର ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସତ୍ୟରେ ପରିଣତ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେହିପରି ବାଲିସାହି ଟି.ଏମ୍.ସି.ରେ ରହିଥିବା ପିକୋଳ ପଞ୍ଚାୟତର ଜଣେ ୨୯ବର୍ଷୀୟ ଯୁବକର ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ  ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିôବା ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଦେବରାଜ ସେଠୀ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଶ୍ରୀରାମ ନର୍ସିଂହୋମ୍ରୁ ପଜିଟିଭ୍ ବାହାରିଥିବା ପ୍ରସୂତି ମହିଳାଙ୍କ ନିଜ ଘରେ ରହି ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply