Odisha news

ଭରା ପାଣିରେ କେନାଲ ସଫେଇ ନାମରେ କେବଳ ଘାସ କାଟି ସରକାରୀ ଅର୍ଥ ଆତ୍ମସାତ୍ କରିବାକୁ ଉଦ୍ୟମ ଅଭିଯୋଗ

0

ସାଲେପୁର : କେନାଲରେ ପାଣି ଆସିବାପରେ କେନାଲ ସଫେଇ ନାମରେ କେନାଲରୁ ଘାସ କାଟି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି । କେନାଲରେ ପାଣି ଛାଡିବା ପୂର୍ବରୁ କେନାଲକୁ ସଫେଇ କରିବାର ନିୟମ ଥିବାବେଳେ ଏହାକୁ ଠିକ୍ ଭାବେ କାର୍ଯ୍ୟ କରାଯାଇନାହିଁ । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ହରିଚନ୍ଦନପୁର ବ୍ୟାରେଜ ସାଇଫନ୍ରୁ ୍ ବାହାରିଥିବା ୨ଟି କେନାଲରେ ଏବେ ସଫେଇ କରାଯାଉଛି । ଏହି ସାଇଫନ୍ରୁ ବାହାରିଥିବା ଦକ୍ଷିଣ ପାଶ୍ୱର୍ କେନାଲ ଗୁଆଳି ଠାରୁ ବାହାରି ତାରପୁର ପର୍ଯ୍ୟନ୍ତ ଯାଇଥିବାବେଳେ ବାମ ପାଶ୍ୱର୍ରେ ମୁର୍କୁଣ୍ଡି ଠାରୁ ବାହାରି ତେଣ୍ଡାକୁଡ଼ା ପର୍ଯ୍ୟନ୍ତ ଯାଇଅଛି ।

ଦ୍ୱୀପାଞ୍ଚଳର ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ସାଇଫନ୍ ଓ କେନାଲ ନିର୍ମାଣ କରାଯାଇଛି । କିନ୍ତୁ ଏହି କେନାଲ ଗୁଡିକୁ ଠିକ୍ ଭାବେ ରକ୍ଷଣା ବେକ୍ଷଣ କି ସଫେଇ କରାଯାଉନାହିଁ । ଫଳରେ ସରକାର ଚାଷୀଙ୍କ ଉନ୍ନତି ପାଇଁ ଯେଉଁ ଉଦେ୍ଦଶ୍ୟ ନେଇ ସାଇଫନ୍ ଓ କେନାଲ ନିର୍ମାଣ କରିଥିଲେ, ତାହାର ସୁଫଳ ଠିକ୍ ଭାବେ ଚାଷୀମାନେ ପାଇପାରୁନଥିବା ଅଭିଯୋଗ ହୋଇଛି । ଏହାର ସ୍ପଷ୍ଟ ଚିତ୍ର ଆଜି ଦେଖିବାକୁ ମିଳିଛି । କେନାଲରେ ଭରପୁର ପାଣି ଆସିବା ପରେ ଏହି କେନାଲ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଜନୈକ ଠିକାଦାର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ୨/୪ଜଣ ଲୋକ ଲଗାଇ କେନାଲରେ ଉଠିଥିବା ବଡ଼ ବଡ଼ ଘାସ କାଟି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବାପାଇଁ ଉଦ୍ୟମ ଚଳାଇଥିବା ଏହି ଅଞ୍ଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି

Leave A Reply