Odisha news

ମୟୂରଭଞ୍ଜରେ କରୋନା ସଂଖ୍ୟା ୬୫୨ରେ ପହଞ୍ଚିଲା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଜିଲ୍ଲାବାସୀ ଭୟଭୀତ  ହୋପଡିଛନ୍ତି । ଶୁକ୍ରୁବାର ୧୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୬୫୨କୁ ଛୁଇଁଛି । ଶୁକ୍ରୁବାର ମୋଟ୍ ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ସ୍ଥାନୀୟ ଓ ୨ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏହି କରୋନା ଆକ୍ରାନ୍ତମାନେ ହେଲେ ଉଦଳା, ଶ୍ୟାମାଖୁଣ୍ଟା, କରଞ୍ଜିଆ ଓ ଶୁକୃଳି ବ୍ଲକରୁ ଜଣେ ଲେଖାଏଁ, ଖୁଣ୍ଟା, ଗୋପବନ୍ଧୁନଗର ଓ ବାରିପଦା ପୌରାଞ୍ଚଳରୁ ୨ଜଣ ଲେଖାଏଁ ଏବଂ ଯଶିପୁର ବ୍ଲକରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଚିହ୍ନଟ ହୋଇଥିବା ୨ଜଣ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି ।

Leave A Reply