ସାଲେପୁର : ଜାଲରେ ପଡିଯାଇଥିବା ଛୁଆ ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇଥିବାବେଳେ ମା’ ମାଙ୍କଡ଼ କାମୁଡ଼ାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଲୁଣାହାର ଗ୍ରାମର ଧନଞ୍ଜୟ ଭୂୟାଁଙ୍କ ଛାତ ଉପରେ ଏକ ସୋଲାର ପ୍ୟାନେଲ ଲାଗିଥିବାବେଳେ ତା’ ଉପରେ ଏକ ଜାଲ ପକାଯାଇଥିଲା । ନିକଟରେ ଏକ ଛୋଟ ମାଙ୍କଡ଼ଟି ଖେଳୁଥିବା ସମୟରେ ଉକ୍ତ ଜାଲରେ ଛନ୍ଦି ହୋଇଯାଇଥିଲା । ଫଳରେ ମା’ ମାଙ୍କଡ଼ ନିଜ ଛୁଆକୁ ଉଦ୍ଧାର କରିବାକୁ ଶତଚେଷ୍ଟା କଲେ ମଧ୍ୟ ଉଦ୍ଧାର କରିପାରିନଥିଲା । ମାଙ୍କଡ଼ର ଚିକ୍ରାର ଶୁଣି ଗୃହକର୍ତ୍ତା ଧନଞ୍ଜୟ ଛାତ ଉପରକୁ ଯାଇ ଦେଖିଲେ ଯେ ମାଙ୍କଡ଼ ଛୁଆଟି ଉକ୍ତ ଜାଲରେ ପଡିଯାଇଛି । ମା’ ମାଙ୍କଡ଼ଟି କିଛି ଦୂରରେ ଏକ ଗଛଡାଳରେ ବସିଅଛି । ତେଣୁ ଏହି ଛୁଆ ମାଙ୍କଡ଼କୁ ଜାଲରୁ ଉଦ୍ଧାର କରିବାପାଇଁ ଧନଞ୍ଜୟ ଉଦ୍ଧାର କରୁଥିବାବେଳେ କାଳେ ମୋ ଛୁଆର ଅନିଷ୍ଠ କରିବ ଆଶଙ୍କା କରି ଧନଞ୍ଜୟଙ୍କୁ ମା’ ମାଙ୍କଡ଼ଟି ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକେ ସାଲେପୁର ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚô ଜାଲରେ ପଡିଥିବା ଛୁଆ ମାଙ୍କଡ଼ଟିକୁ ବାହାର କରିଥିଲେ । ଶେଷରେ ମା’ ମାଙ୍କଡ଼ଟି ଛୁଆଟିକୁ ଧରି ଗଛ ଉପରକୁ ଚାଲିଯାଇଥିଲା । ଏହି ଦୃଶ୍ୟ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା