Odisha news

ଦୀର୍ଘଦିନ ପରେ ମୁର୍କୁଣ୍ଡି ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟା ଦୂର ହେଲା

0

ସାଲେପୁର : ସାଲେପୁର ବ୍ଲକ୍ର ତରିତୋ ପଞ୍ଚାୟତ ୩ନଂ ୱାର୍ଡ ମୁର୍କୁଣ୍ଡି ଗ୍ରାମର ପ୍ରାୟ ୨୦ଟି ପରିବାର ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚôତ ହୋଇଆସୁଥିଲେ । ଏହାନେଇ ସେମାନେ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତାମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଶେଷରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉଦ୍ୟମରେ ୩ନଂ ୱାର୍ଡରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ନଳକୂପ ଖୋଳା ଆରମ୍ଭ ହୋଇଛି ।

ଏହା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ବହୁ ଦିନ ଧରି ଏହି ୱାର୍ଡର ଲୋକମାନେ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ । ଆଜି ବିଧିବଦ୍ଧ ଭାବେ ଏହି ନଳକୂପ ଖନନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଛି । ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ଲୋଲୁପ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ରଂଜିତା ବେହେରା ନଡ଼ିଆ ଭାଙ୍ଗି ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ସୂତାର, ଅନିଲ ପରିଡ଼ା, ପୂର୍ବତନ ସରପଞ୍ଚ କୈଳାସ ବେହେରା, ଗଗନ ବିହାରୀ ମହାପାତ୍ର, ଟୁନା ବେହେରାଙ୍କ ସମେତ ବହୁ ଉତ୍ସାହୀ ବ୍ୟକ୍ତିମାନେ ଉପସ୍ଥିତ  ଥିଲେ । ଅପର ପକ୍ଷରେ ବିଧାୟକଙ୍କ ଉଦ୍ୟମ କ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀମାନେ ସାଲେପୁର ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି

Leave A Reply