୬୫ ବର୍ଷର ବଲିଉଡ କଳାକାର ବୋମାନ ଇରାନୀ ଗଳାରେ ବରଣମାଳା ପକାଇଥିବାର ନିଜ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ୟୁଜର୍ସ ମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି, କିଛି ପ୍ରଶଂସକ ଭାବିଛନ୍ତି ବୋମାନ ଦ୍ଵିତୀୟ ବିବାହ କରିଛନ୍ତି, କିନ୍ତୁ ଘଟଣା ଆଉ କିଛି ଦେଖିବାକୁ ମିଳିଛି , ବୋମନ ବିବାହ ତ କରିଛନ୍ତି କିନ୍ତୁ ନିଜ ପତ୍ନୀ ଯେନୋବିଯା ଇରାନୀ ଙ୍କୁ କାହିଁକିନା ତାଙ୍କ ବିବାହ କୁ ୪୦ ବର୍ଷ ହୋଇସାରିଛି l ବୋମନ ଓ ତାଙ୍କ ପତ୍ନୀ ଙ୍କ ମସ୍ତକ ରେ ସିନ୍ଦୁର ଚନ୍ଦନ ଓ ଅକ୍ଷତ ଲାଗିଥିବାର ଦେଖିବାକୁ ମିଳିଥିଲା l
ଗଳାରେ ବରଣମାଳା ସହିତ ସେ ହାତରେ ଆଇ ଲଭ ୟୁ ଲେଖାଯାଇଥିଲା l ବୋମନ କହିଥିଲେ ଯେ ଯେତେବେଳେ ସାରା ଦୁନିଆ ତୁମକୁ ପ୍ୟାରୀ ପରି କହିଥାଏ ମତେ ଭଲ ଲଗଇନଥାଏ, କିଏ ଗୋଟିଏ ପରି ସହିତ ବିବାହ କରିବାକୁ ଚାହିଁବ ନାହିଁ l ମତେ ମଧ୍ୟ ଗୋଟିଏ ଏଭଳି ପରି ମିଳିଛି ଯିଏକି ମୋ ପରିବାର କୁ ବିଶେଷ ମହତ୍ୱ ଦେଇଛି l ମୁଁ ମୋର ଏହି ପରି ସହିତ ଜୀବନ ର ୪୦ ବର୍ଷ ବିତେଇ ସାରିଛି l ବୋମନ ଙ୍କ ପୋଷ୍ଟ ରେ ଫଡା ଖାନ ଭଲ ଟୁଇଟ କରିଛନ୍ତି ଯେ ତୁମେ ଦୁଇଜଣ ସକୁଶଳ ସୁଖରେ ରହିଥାଅ l
ବୋମନ ନିଜର ବୈବାହିକ ଜୀବନ ର ୪୦ ବର୍ଷ ଖୁସିରେ ଅତିବାହିତ କରିଥିବାରୁ ବଲିଉଡ ଜଗତର ସେଲିବ୍ରେଟୀ ମାନଙ୍କର ମଧ୍ୟ ଛୁଟିଛି ସୁଅ, ଯାହାକୁ ନେଇ ବୁମନ ନିଜ ପ୍ରଶଂସକ ଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି l