Odisha news

ସାଲେପୁର ମଧୁସ୍ମୃତି କମିଟି ପକ୍ଷରୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଓ ପରିସରକୁ ସଫା କରାଗଲା

0

ସାଲେପୁର :  ଆଜି ସାଲେପୁର ମଧୁସ୍ମୃତି କମିଟି ପକ୍ଷରୁ କଲେଜରୋଡ୍ରେ ଥିବା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ  ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନର ଉଭୟ ପାଶ୍ୱର୍ରେ ଗଛଲତା ଉଠି ଜଙ୍ଗଲ ସୃଷ୍ଟି ହୋଇଥିଲା ।

ଆଜି ସାଲେପୁର ଅଞ୍ଚଳର ସର୍ବପୁରାତନ ଅନୁଷ୍ଠାନ ତଥା ମଧୁସ୍ମୃତି କମିଟି ପକ୍ଷରୁ ବିଜୁ ବାବୁ ପ୍ରତିମୂର୍ତ୍ତି ଓ ଏହାର ପରିସରକୁ ସଫା ସୁତୁରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ଶୁଭ୍ରାଂଶୁ ପଣ୍ଡା, ସୁଜିତ୍ ମହାରଣା, ରୁଦ୍ରପ୍ରସାଦ ମିଶ୍ର, ସତ୍ୟପ୍ରକାଶ ମିଶ୍ର, ବିଶ୍ୱରଂଜନ ସାହୁ, ଭୋଳାନାଥ ନାୟକଙ୍କ ସମେତ କମିଟିର ବହୁ ସଭ୍ୟମାନେ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ମଧୁସ୍ମୃତି କମିଟି ପକ୍ଷରୁ ଅନେକ ଜନହିତକର କାର୍ଯ୍ୟକ୍ରମମାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି

Leave A Reply