Odisha news

ଅମୀର ଖାନ ପ୍ରଡକ୍ସନ ର ‘ଲାପତ୍ତା ଲେଡ଼ିଜ’ ଚଳଚିତ୍ର ରଚିଲା ଇତିହାସ, ଜାପାନ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

0

ଅମୀର ଖାନ ପ୍ରଡକ୍ସନ ଓ କିରଣ ରାଓ ନିର୍ଦେଶିତ ପ୍ରସ୍ତୁତ ହୋଇଥିବା ହିନ୍ଦୀ ଚଳଚିତ୍ର  ‘ଲାପତ୍ତା ଲେଡ଼ିଜ ନିଜ କାହାଣୀ ଦ୍ୱାରା ଦର୍ଶକ ଙ୍କ ହୃଦୟ ସ୍ପର୍ଶ କରିପାରିଛି, ବଡ ପରଦା ରେ କମାଲ ଦେଖାଇବା ପରେ ଚଳଚିତ୍ର ଟି ଓଟିଟି ପ୍ଲାଟଫର୍ମ ରେ ମଧ୍ୟ ଧମାଲ ଦେଖାଇଥିଲା l ଏହାପରେ ବର୍ତମାନ ଏହି ଚଳଚିତ୍ର ଜାପାନ ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି ଓ ଜାପାନ ଏକାଡେମୀ ଫିଲ୍ମ ଫେୟାର ପୁରସ୍କାର ପାଇଁ ୫ଟି ଉନ୍ନତ ଅନ୍ତର୍ଜାତୀୟ ଚଳଚିତ୍ରରେ ସ୍ଥାନ ପାଇଛି l

ବିଦେଶରେ ‘ଲାପତ୍ତା ଲେଡ଼ିଜ ଚଳଚିତ୍ର ୨୦୨୪ ଅକ୍ଟୋବର ୪ ରେ ରିଲିଜ ହୋଇଥିଲା, ଏବଂ ୧୧୫ ଦିନ ପରେ ଏହି ଚଳଚିତ୍ର ଟି ଖୁବ ଉନ୍ନତ ପ୍ରଦର୍ଶନ କରିଛି l ବର୍ତମାନ ଟପ ୫ ଅନ୍ତର୍ଜାତୀୟ ଚଳଚିତ୍ର ରେ ମଧ୍ୟ ସ୍ଥାନ ପାଇଛି l ‘ଲାପତ୍ତା ଲେଡ଼ିଜ ଚଳଚିତ୍ର ଦର୍ଶାଇ ଦେଲା ଯେ ଭାରତୀୟ ଚଳଚିତ୍ର କାହାଣୀ ଦୁନିଆର ପ୍ରତ୍ୟେକ ସ୍ଥାନରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିବବ l

‘ଲାପତ୍ତା ଲେଡ଼ିଜ ଚଳଚିତ୍ର ଜାପାନ ରେ ନିଜର ୧୭ ତମ ସପ୍ତାହ ରେ ପାଦ ଥାପିଛି, ଏବଂ ୧୧୫ ଦିନ ବିନା କୌଣସି ବାଧା ରେ ବକ୍ସ ଅଫିସ ରେ ଛାଇ ରହିଛି l ଏହି ଚଳଚିତ୍ର ଟି ଜାପାନ ଏକାଡେମୀ ପୁରସ୍କାର ପାଇଁ ପଞ୍ଚମ ସ୍ଥାନ ରେ ରହିଛି l ବର୍ତମାନ ସମସ୍ତଙ୍କ ନଜର ୧୪ ମାର୍ଚ୍ଚ ଉପରେ ରହିଛି l ‘ଲାପତ୍ତା ଲେଡ଼ିଜ ଚଳଚିତ୍ର ୨୦୪ ଟି ଚଳଚିତ୍ର କୁ ପଛରେ ପକାଇ ଦେଇଛି, ଏବଂ ବେଷ୍ଟ ଇଣ୍ଟରନେଶନାଲ ଫିଲ୍ମ ପାଇଁ ସର୍ଟ ଲିଷ୍ଟ ହୋଇଛି l ନିର୍ଦେଶକ କିରଣ ରାଓ ଙ୍କ ନାମ ବର୍ତମାନ ବଡ଼ ବଡ଼ ନିର୍ଦେଶକ ଙ୍କ ନାମ ସହିତ ଯୋଡି ହୋଇଯାଇଛି l

‘ଲାପତ୍ତା ଲେଡ଼ିଜ ଚଳଚିତ୍ର ଟି ଓସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛି, ଏହାଛଡା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ନ ୨୦୨୪ ରେ ବେଷ୍ଟ ଫିଲ୍ମ କ୍ରିଟିକ୍ସ ଆୱାର୍ଡ ମଧ୍ୟ ହାସଲ କରିଛି l ‘ଲାପତ୍ତା ଲେଡ଼ିଜ ଚଳଚିତ୍ର ଟି ବିପ୍ଳବ ଗୋସ୍ୱାମୀ ଙ୍କ ର ଗୋଟିଏ କାହାଣୀ କୁ ନେଇ ପ୍ରସ୍ତୁତ ହୋଇଛି l

Leave A Reply