Odisha news

ରଣପୁର : ରାଜନୀତିକ ଆକ୍ରୋଶର ଶିକାର ହୋଇ ୩ ବିଧବା ମହିଳାଙ୍କ ଭତ୍ତା କଟିଲା

0

ରଣପୁର  : ରାଜ୍ୟ ସରକାର ବିଧବା ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମଧୁବାବୁ ପେନସନ୍ ଯୋଜନାରେ ବିଧବା ଭତ୍ତା ଯୋଗାଇ ଦେଉଥିଲା ବେଳେ ତଳ ସ୍ତରର କିଛି କୁଜି ନେତା ଓ ଅସାଧୁ କର୍ମଚାରୀଙ୍କ ପାଇଁ ଏହି ଯୋଜନାରୁ ପ୍ରକୃତ ହିତାଧିକାରୀ ବାଦ ପଡୁଥିବା ପରିଲକ୍ଷିତ ହେଉଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ବ୍ଲକ୍ ବଳଭଦ୍ରପୁର ପଂଚାୟତ ର କଣ୍ଡରାସିଂ ଗ୍ରାମର । ସେହି ଗ୍ରାମର ୩ ଜଣ ବିଧବା ମହିଳା ପ୍ରଫୁଲ୍ଲି ମହାପାତ୍ର(୭୫),ସୁଲୋଚନା ଦେଇ(୭୦) ଓ ବିଳାସ ଦେଇ(୬୮) ଗତ ୨୦୧୨ ମସିହାରୁ ମଧୁବାବୁ ପେନସନ୍ ଯୋଜନା ଜରିଆରେ ବିଧବା ଭତ୍ତା ପାଉଥିଲା ବେଳେ ରାଜନୈତିକ ଆକ୍ରୋଶର ଶିକାର ହୋଇ ସେହି ପଂଚାୟତ ର କିଛି କୁଜିନେତା ଅସାଧୁ କର୍ମଚାରୀଙ୍କୁ ହାତ କରି ୨୦୧୭ ମସିହାରୁ ସେମାନଙ୍କ ଭତ୍ତାକୁ କାଟି ଦେଇଥିବା ଜଣା ପଡିଛି ।

ଏ ନେଇ ୩ଜଣ ବିଧବା ମହିଳା ପଂଚାୟତ ଅଫିସ୍ ଠାରୁ ଧରି ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଗୁହାରୀ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ପାଇ ପାରୁନାହାନ୍ତି । ଯାହାକୁ ନେଇ ସେମାନେ ଚଳିବା କଷ୍ଟସାଧ୍ୟ ହେଉଥିବା ବେଳେ ଭତ୍ତା ନ ମିଳିଲେ ବ୍ଲକ୍ ସମ୍ମୁଖରେ ଧାରଣା ଦେବେ ବୋଲି ଦୁଃଖରେ ଜଣାଇଛନ୍ତି । ଏହି ୩ଜଣ ମହିଳା ଅତି ଗରୀବ ଶ୍ରେଣୀର ହୋଇଥିଲେ ମଧ୍ୟ କିଛି ରାଜନୈତିକ ବ୍ୟକ୍ତି ସେମାନେ ସ୍ୱଛଳ ବର୍ଗର ବୋଲି ମିଛକଥା କହି ସେମାନଙ୍କ ଭତ୍ତା କାଟି ଦେଇଛନ୍ତି । ତେବେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ଏହି ୩ ଜଣ ଗରୀବ ଶ୍ରେଣୀୟ ବିଧବା ମହିଳାଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ।

Leave A Reply