Odisha news

ସାଲେପୁର : ବେଆଇନ୍ ବାଲିଚାଲାଣ ବେଳେ ୫ହାଇୱା ଓ ୨ ଟ୍ରାକ୍ଟର ଜବତ, ୧ଲକ୍ଷ ୬ହଜାର ଟଙ୍କା ଜରିମାନା ଆଦାୟ

0

ସାଲେପୁର :  କଟକ ସଦର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ସାଲେପୁର ତହସିଲଦାରଙ୍କ ନେତୃତ୍ୱରେ ସାଲେପୁର ଅଞ୍ଚଳରେ ବେଆଇନ୍ ଭାବେ ବାଲି ଚାଲାଣ କରୁଥିବା ୫ଟି ହାଇୱା ଓ ୨ଟି ବାଲିବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୧ଲକ୍ଷ ୬ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି ।

ଆଜି ସକାଳୁ ସାଲେପୁର ଅଞ୍ଚଳରେ ବେଆଇନ୍ ଭାବେ ଚିତ୍ରୋତ୍ପଳା ନଦୀର କାଠାହାର, ତେନ୍ତୋଳ, ଗଣିପୁର, ବଡ଼ଭୀମରାଜପୁର ବାଲିଘାଟ ରୁ ବାଲି ଉଠାଇ ଶିଶୁଆ ଠାରୁ ସାଲେପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ୍ ଭାବେ ବାଲି ଚାଲାଣ କରୁଥିବା ୫ଟି ହାଇୱା ଓ ୨ଟି ଟ୍ରାକ୍ଟରକୁ ଜବତ କରି ସେମାନଙ୍କ ନିକଟରୁ ୧ଲକ୍ଷ ୬ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।

ଆଜି ସକାଳୁ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟର କୃପାସିନ୍ଧୁ ପ୍ରଧାନ, ସଂଜୟ ନାୟକ, ରଣଜିତ ବେହେରା, ଦେବଦତ୍ତ ବାରିକଙ୍କ ସମେତ ବହୁ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ ଥିଲେ

Leave A Reply