ବେତନଟୀ, ୧୧/୫ : ଆଜି ବୈଶିଙ୍ଗା ଥାନା ଅଧୀନ ମୟୂରଭଞ୍ଜ ବାଲେଶ୍ୱର ସୀମାନ୍ତରେ ୪୯ ଜଣ ତାମିଲନାଡୁ ଫେରନ୍ତା ପହଞ୍ଚି ଥିଲେ ଓ ମୟୂରଭଞ୍ଜ ମଧ୍ୟକୁ ପଶିବାକୁ ପ୍ରୟାସ କରି ଥିଲେ । ତେବେ ଏମାନଙ୍କୁ ପୋଲିସ ପଶିବାକୁ ଦେଇ ନଥିଲା । ତେବେ ଏମାନଙ୍କ ପରେ ପୁଣି ଦଶ ଜଣ ସେଠାରେ ପହଞ୍ଚି ମୟୂରଭଞ୍ଜକୁ ପଶିବାକୁ ପ୍ରଚେଷ୍ଟା କରି ଥିଲେ ।
ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କ ନିଦେ୍ର୍ଦଶକ୍ରମେ ଏହି ୫୯ ଜଣଙ୍କୁ ଅଟକ ରଖା ଯାଇ ଥିଲା ଓ ସେମାନେ ମୟୂରଭଞ୍ଜର କେଉଁ ବ୍ଲକର ବୋଲି ପଚାରି ବୁଝା ଯାଇ ଥିଲା । ପରେ ବୈଶିଙ୍ଗା ଥାନା ଏଏସଆଇ ସୁଶାନ୍ତ କୁମାର ମହାକୁଡ ଓ ପୋଲିସ କର୍ମଚାରୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ପ୍ରବାସୀ ମାନଙ୍କୁ ଓଆର-୦୧ଏଲ-୭୮୫୧ ଟ୍ରକରେ ଅଣା ଯାଇ ବିଭିନ୍ନ ବ୍ଲକରେ ଛଡା ଯାଇ ଥିଲା ।
ବେତନଟୀ ବ୍ଲକର ସମସ୍ତ ପ୍ରବାସୀଙ୍କୁ ବେତନଟୀ ବଙ୍ଗଳାଛକରେ ତହସିଲଦାର ଅନିଶା ଦାସ, ବେତନଟୀ ଥାନା ଏସଆଇ ବିଆର ପରିଡା, ନୋଡାଲ ସଙ୍ଗରୋଧ କେନ୍ଦ୍ରର ଭାରପ୍ରାପ୍ତ ନୋଡାଲ ଅଧିକାରୀ ମନୋରଞ୍ଜନ ପାତ୍ରଙ୍କ ହେପାଜାତରେ ଛଡା ଯାଇ ଥିଲା । ପରେ ଏମାନଙ୍କୁ ଗରୁଡବସା ଓଏଭିରେ ହୋଇ ଥିବା ବେତନଟୀର ନୋଡାଲ ସଙ୍ଗରୋଧ କେନ୍ଦ୍ରକୁ ନେଇ ସେଠାରେ ରଖା ଯାଇ ଥିବାର ଜଣା ପଡିଛି । ଅନ୍ୟ ପ୍ରବାସୀ ମାନଙ୍କୁ ସେହି ଟ୍ରକରେ ପୋଲିସର ହେପାଜାତରେ ନେଇ ଛଡା ଯାଇ ଥିବାର ସୂଚନା ମିଳିଛି ।