ପଟ୍ଟାମୁଣ୍ଡାଇ ତା୧୧.୫- ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱ ଥରହର ହୋଇପଡିଛି । କରୋନା ମୁକାବିଲା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାପକ ପଦକ୍ଷେପ ଗ୍ରହଣ କରି ସାରା ଭାରତରେ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା ଯୁଦ୍ଧରେ ସାମିଲ ହେବା ପାଇଁ ସରକାରୀ କର୍ମଚାରୀଙ୍କ ଠାରୁ ସାମାଜିକ ସଂଗଠନ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ସହିତ ନିଷ୍ଠାର ସହିତ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।
ରାଜନଗର ବିଧାୟକ ଧ୍ରୁବ ସାହୁ କରୋନା ଲଢେଇରେ ସାମିଲ ହୋଇ ମୁଖଥମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିବାକୁ ପଟ୍ଟାମୁଣ୍ଡାଇ ଓ ରାଜନଗରର ପ୍ରଶାସନିକ ଅଧିକାରୀମାନଙ୍କୁ ପରାର୍ମଶ ଦେଇଥିଲେ । ବିଧାୟକଙ୍କ ପରାର୍ମଶ ଅନୁଯାୟୀ ପଟ୍ଟାମୁଣ୍ଡାଇର ବିଭିନ୍ନ ବର୍ଗର ଶିକ୍ଷକମାନେ କରୋନା ଲଢେଇରେ ସାମିଲ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି ।
ଆଜି ପଟ୍ଟାମୁଣ୍ଡାଇ ବିଭିନ୍ନ ବର୍ଗର ଶିକ୍ଷକମାନଙ୍କ ଠାରୁ ସଂଗୃହୀତ ୬ଲକ୍ଷ ୨୨ ଟଙ୍କାକୁ ଶିକ୍ଷକନେତା ମଳୟ କୁମାର ଜେନା, ସିଆରସିସି ବିଧୁଭୂଷଣ ମହାନ୍ତି, ଅନ୍ତର୍ଯ୍ୟାମୀ ବେଜ, ଗୋଲକ ବିହାରୀ ମଲ୍ଲିକ, ତ୍ରିଲୋଚନ ସ୍ୱାଇଁ, ସୌମ୍ୟରଞନ ବେହେରା ପ୍ରମୁଖ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ସାମନ୍ତରାୟଙ୍କ ଉପସ୍ଥିତିରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଭ୍ରମରବର ବିଶ୍ୱାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ ୨୨ ଟଙ୍କା ପ୍ରଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ପଟ୍ଟାମୁଣ୍ଡାଇର ଶିକ୍ଷକ ସମାଜ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।