Odisha news

ରାୟଗଡା : ଲକଡାଉନର ୧୯ ଦିନ ପରେ ମଧ୍ୟ ଗାଢିଶେଷଖାଲ ପଞ୍ଚାୟତ ବାସୀଙ୍କୁ ମିଳିନାହିଁ ଚାଉଳ

0
ରାୟଗଡା- : ଲକ ଡାଉନ ନିୟମକୁ ଅନୁସରଣ କରି ଗୃହବନ୍ଦୀ ଜୀବନ ଯାପନ କରୁଛନ୍ତି ଲୋକେ। କିନ୍ତୁ ରାୟଗଡ଼ା ଜିଲ୍ଲାର କୋଲନରା ବ୍ଳକ ଗାଡିଶେଷଖାଲ ପଞ୍ଚାୟତର  ୧୮ଖଣ୍ଡ ଗ୍ରାମକୁ ପ୍ରଶାସନ ଚାଉଳ ପହଞ୍ଚାଇବାରେ ବିଫଳ ହୋଇଛି। ଫଳରେ ଲୋକେ ଭକ ଉପାସ ଅଭାବ ଅନାଟନରେ ଦିନ କାଟୁଛନ୍ତି। କୋରନା ଭୂତାଣୁ ରୋକିବାକୁ ହେଲେ ନିଜ ଘରେ ବନ୍ଦୀ ହୋଇ ରହିବା ସହ  ସମାଜିକ ଦୂରତା କାୟେମ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଠର ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ହିତାଧିକାରୀଙ୍କୁ ଗାଁ ମୁଣ୍ଡରେ ଚାଉଳ ଯୋଗାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏପରି କି ତିନି ମାସର ଅଗ୍ରୀମ ଚାଉଳ ଏକା ଥରକେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ରହିଛି। ଏହାକୁ ନେଇ ତୁହାକୁ ତୁହା ବୈଠକ ଏବଂ ସଚେତନତା କରାଯାଉଛି। କେହି ଭୋକରେ ରହିବେ ନାହିଁ । ଏ ନେଇ ଭୋଳିକି ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି। କିନ୍ତୁ ବିଡମ୍ବନା କଥା ହେଲା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ପଞ୍ଚାୟତ ହିତାଧିକାରୀଙ୍କୁ ଏ ପଯ୍ୟନ୍ତ ଚାଉଳ ମିଳିପାରିଲା ନାହିଁ।  ଗ୍ରାମର କୃଷ୍ଣ ଚନ୍ଦ୍ର କରକରିଆ ଜଣେ ରକ୍ତ ସିକୁଣି (ସିକ୍ଲିନ) ରୋଗରେ ପୀଡ଼ିତ ତଥାପି ଠିକ୍ ସେ ପେଟକୁ ଚାରି ଦିନ ହେଲା ଦାନା ନାହିଁ ବୋଲି ଆଖି ଛଳଛଳ କରି କହିଛନ୍ତି।  ସେପରି ଅନ୍ୟ ଜଣେ
ଗୋବିନ୍ଦ କୌଶଲ୍ୟା କହିଛନ୍ତି ଆମ ଘରେ ଦିନ ଛଡ଼ା ଦିନ ରୋଷେଇ କରାଯାଇଛି ଯେଉଁ ତୁରାଣି ରହୁଛି ତାକୁ ପାଣି ଢାଳି ବାରମ୍ବାର ପିଇ ଜୀବନ ବଞ୍ଚିଛି ବୋଲି କହିଛନ୍ତି । ଲକ ଡାଉନକୁ ଦୀର୍ଘ ୧୯ ଦିନ ବିତିଯାଇଥିଲେ ମଧ୍ୟ ଆଜି ଯାଏ ଜଣେ ମଧ୍ୟ ସରକାରୀ ଅଧିକାରୀ କିମ୍ବା ଆଶା ଦିଦି ଗାଁରେ ସଚେତନତା କରିନାହାଁନ୍ତି ବୋଲି  ପୁନିଆ କନ୍ଧ ପାଣି କହିଛନ୍ତି। ଏହିପରି କରୁଣ କାହାଣୀ ଲକ୍ଷ୍ମୀପୁର, ଏମାଲିଗୁଡା, ଆନନ୍ଦପଡା, ପିତେସୁ , ତାଣ୍ଡିପୁର ଏବଂ ରିଭୋଲକଣା  ସମୁଦାୟ ୧୮ଟି ଗ୍ରାମରେ  ପାଇନାହାନ୍ତି ଚାଉଳ। ଏହି ବିଷୟରେ  କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇଙ୍କୁ  ପଚାରିବାରୁ କହିଛନ୍ତି ମୃରାଳ କାନ୍ତ ସାହୁ  ସେଠାକାର ପଞ୍ଚାୟତ ନିର୍ବାହୀ ଅଧିକାରୀ  ଚାଉଳ ଯୋଗାଣ ପାଇଁ ଯେଉଁ ଟଙ୍କା ଡିଡି କରିଥିଲେ ସେଥିରେ କିଛି ତୃଟି ହୋଇଥିବା ଯୋଗୁଁ ସଠିକ ସମୟରେ ଚାଉଳ ଯୋଗାଣ ହୋଇପାରିଲା ନାହିଁ। ଆସନ୍ତା କାଲି ବ୍ଯାଙ୍କରେ ହୋଇଥିବା ତୃଟି ସଂଶୋଧନ କରି ଦୁଇ ଦିନ ମଧ୍ୟରେ ସମସ୍ତ ଗ୍ରାମରେ ଚାଉଳ ଯୋଗାଣ କରାଯିବ ବୋଲି ବିଡିଓ କହିଛନ୍ତି।
Govt
Leave A Reply